Latest Odisha News

BREAKING NEWS

ଟ୍ରେନରୁ ମହିଳାଙ୍କ ମୁଣ୍ଡହୀନ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ପୁରୀ : ଗୁଣପୁର-ପୁରୀ ଟ୍ରେନର ଏକ ପାଇଖାନାରୁ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡହୀନ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଛି । ଟ୍ରେନଟି ପୁରୀ ଷ୍ଟେସନରେ ରହିଥିବା ବେଳେ କୌଣସି ଯାତ୍ରୀ ପ୍ରଥମେ ଏହା ଦେଖି ରେଳବାଇ ପୋଲିସକୁ ଜଣାଇଥିଲେ ।

ତେବେ ଡ଼େଲାଙ୍ଗ ନିକଟରେ ଏକ ମହିଳାଙ୍କ କଟାମୁଣ୍ଡର ମଧ୍ୟ ଠାବ କରିଛି ରେଳବାଇ ପୋଲିସ । ଏହି କଟାମୁଣ୍ଡ ଏବଂ ମୃତଦେହଟି ଜଣଙ୍କର ହୋଇପାରେ ବୋଲି ପୋଲିସ ସନ୍ଦେହ କରି ଏକ ମାମଲା ରୁଜୁ କରିଛି ।

ଟ୍ରେନ ମଧ୍ୟରେ ଦୁଷ୍କର୍ମ କରି ମହିଳାଙ୍କୁ କେହି ହତ୍ୟା କରିଥାଇ ପାରେ ବୋଲି ମୃତଦେହର ପାରିପାଶ୍ୱର୍ିକ ଅବସ୍ଥାରୁ ଅନୁମାନ କରାଯାଉଛି ।

Leave A Reply

Your email address will not be published.