Latest Odisha News

BREAKING NEWS

ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି: ଅନୁମୋଦନ କଲେ ରାଷ୍ଟ୍ରପତି

ଶ୍ରୀନଗନର/ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଜାରି ହେଲା ରାଷ୍ଟ୍ରପତି ଶାସନ । ରାଜ୍ୟର ରାଜ୍ୟପାଳ ନରେନ୍ଦ୍ରନାଥ ଭୋରା ଏନେଇ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲେ ଏବଂ ଏହାକୁ ଆଜି ମଞ୍ଜୁର କରିଛନ୍ତି ଭାରତର ମହାମାନ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଜମ୍ମୁ ଓ କାଶ୍ମୀରରେ ଚାଲିଥିବା ପିଡ଼ିପି-ବିଜେପି ମେଣ୍ଟ ସରକାରରୁ ବିଜେପି ଓହରିଯିବାରୁ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଗତକାଲି ବିଜେପି ମହାସଚିବ ରାମ ମାଧବ ମେଣ୍ଟରୁ ଦଳ ଓହରିଯିବା ନେଇ ଘୋଷଣା କରିବା ପରେ ମେଣ୍ଟ ସରକାରର ପତନ ଘଟିଥିଲା ।

ତେବେ ଅଶାନ୍ତ ଜମ୍ମୁ ଓ କାଶ୍ମୀର ରାଜ୍ୟରେ ଗୋଟିଏ ଦିନର ରାଜନୈତିକ ଅଚଳାବସ୍ଥାର ଏବେ ଅବସାନ ଘଟି ରାଷ୍ଟ୍ରପତି ଶାସନ ଆଜିଠାରୁ ଲାଗୁ ହେଲା । ରାଷ୍ଟ୍ରପତି ଶାସନ ଜାରି ହେବା ନେଇ ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ସୂଚନା ମିଳିବା ପରେ ସ୍ୱାଭାବିକ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇଛି ।

Leave A Reply

Your email address will not be published.