Latest Odisha News

BREAKING NEWS

ଛାତ୍ରଛାତ୍ରୀଙ୍କୁ ସାଇକେଲରେ ବହି ବୋଝ ବୁହାଇ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ !

ବସ୍ତା: ସ୍କୁଲ ଛାତ୍ରଛାତ୍ରୀଙ୍କୁ କଷ୍ଟକର ପରିଶ୍ରମ କରାଇବାର ନିୟମ ନାହିଁ । ମାତ୍ର ଛାତ୍ରଛାତ୍ରୀମାନଙ୍କୁ ଜୋର ଜବରଦସ୍ତ ସାଇକେଲରେ ବହି ବୋଝ ବୁହାଇଛନ୍ତି ଜଣେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ । ଏହି ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ମୁଳିଦା ଗ୍ରାମରେ ଥିବା ସତ୍ୟବତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ଅଭିଯୁକ୍ତ ସ୍କୁଲ ପ୍ରଧାନଶିକ୍ଷକଙ୍କ ନାମ ହରିପଦ ଜେନା ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ସ୍କୁଲର ୩ଜଣ ଛାତ୍ର ସହିଦ ଯବାନଙ୍କ୍‌ୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବସ୍ତାଠାରେ ଥିବା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଥିଲେ । ସ୍କୁଲକୁ ଫେରିବା ସମୟରେ ସାଇକେଲରେ ଅଧିକ ଓଜନର କିଛି ବହି ବୋଝ ବୋହି ନେବାକୁ ଛାତ୍ରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଘଟଣାକୁ ନେଇ ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କୁ ଅଭିଯୋଗ ହେବାପରେ ସେ ଘଟଣାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.