Latest Odisha News

BREAKING NEWS

ଫେବୃୟାରୀ ୨୧ରୁ ମହିଳା ଟି୨୦ ବିଶ୍ୱକପ

ମେଲବୋର୍ନ: ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଫେବୃୟାରୀ ୨୧ରୁ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଏହା ଆୟୋଜିତ ହେବାକୁ ଯାଉଛି । ଫେବୃୟାରୀ ୨୧ରେ ଉଦଘାଟନୀ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଫାଇନାଲ ମ୍ୟାଚ ମାର୍ଚ୍ଚ ୮ରେ ମେଲବୋର୍ଣ୍ଣରେ ଖେଳାଯିବ । ୧୦ଟି ଟିମ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି ।

ଅଷ୍ଟ୍ରେଲିଆର ୪ ସହରର ୬ ଗ୍ରାଉଣ୍ଡରେ ୨୩ ମ୍ୟାଚ ଖେଳାଯିବ । ଥାଇଲାଣ୍ଡ ପ୍ରଥମ ଥର ପାଇଁ ଏହି ମେଗା ଟୁର୍ନାମେଂଟରେ ଅଂଶଗ୍ରହଣ କରିବ । ଗ୍ରୁପ ଏ’ରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ବାଂଲାଦେଶ ରହିଛନ୍ତି । ସେହିପରି ଗ୍ରୁପ ବି’ରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ପାକିସ୍ତାନ ଓ ଥାଇଲାଣ୍ଡ ସ୍ଥାନ ପାଇଛନ୍ତି । ଭାରତୀୟ ଦଳର ନେତୃତ୍ୱ ହରମନପ୍ରୀତ କୌର ନେଉଛନ୍ତି ।

Leave A Reply

Your email address will not be published.