Latest Odisha News

BREAKING NEWS

ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ଆଘାତରେ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଆଉ ଜଣଙ୍କ ମୃତ୍ୟୁ

ଯାଜପୁର: ବିଦ୍ୟୁତ୍ ଆଘାତରେ ଚାଲିଗଲା ୨ ଜଣଙ୍କ ଜୀବନ । ପ୍ରଧାନଶିକ୍ଷୟିତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଆଉ ଜଣଙ୍କ ପ୍ରାଣ । ଘର ନିକଟରେ ଥିବା ଜିଆଇ ତାରରେ ଲୁଗା ଶୁଖାଇବା ବେଳେ ପ୍ରଧାନଶିକ୍ଷୟିତ୍ରୀ ନିତୁ ମାରାଣ୍ଡି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲା ।

ଶିକ୍ଷୟିତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଶ୍ୟାମସୁନ୍ଦର ମାରାଣ୍ଡି ନାମକ ବ୍ୟକ୍ତି ବି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏ ଅଭାବନୀୟ ଘଟଣା ଘଟିଛି ଟମକା ଥାନା ଜନିନ୍ଦା ପାଳ ଗାଁରେ ।

ମୃତ ନିତୁ ମାରାଣ୍ଡି ରାଇଘାଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଥିବା ବେଳେ ଘର କେନ୍ଦୁଝର ଜିଲ୍ଲା ଟାଙ୍ଗିରିପାଳ ଥାନା ଦୈତାରି ଅଞ୍ଚଳରେ । ସେହିଭଳି ଶ୍ୟାମଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.