Latest Odisha News

BREAKING NEWS

ଶ୍ରୀମୟୀ ନୃତ୍ୟାନୁଷ୍ଠାନର ୨୬ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଶିକ୍ଷା କେନ୍ଦ୍ର ଶ୍ରୀମୟୀ ନୃତ୍ୟାନୁଷ୍ଠାନର ୨୬ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବସନ୍ତ ଦାସ, ଗୁରୁ ଲକ୍ଷ୍ମୀଧର ଜେନା, ଗୁରୁ ପ୍ରଦୀପ ଦାସ, ଗୁରୁ କାଳିନ୍ଦୀ ଚରଣ ପରିଡ଼ାଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଅନୁଷ୍ଠାନର ପ୍ରଥମ ବାର୍ଷିକ ମୁଖପତ୍ର ‘ମୁକୁର’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ଅନୁଷ୍ଠାନର ନିର୍ଦ୍ଦେଶିକା ଇତିଶ୍ରୀ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପୂର୍ବତନ ସଚିବ ସୁଧା ମିଶ୍ର ଏବଂ ନିତା ବହିଦାର, ସୁଶ୍ରୀ ମିନାକ୍ଷୀ ବେହେରା, ଗୁରୁ ଶରତ ରଥ, ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ଆଲୋକ ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ସମାରୋହରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ପୁଷ୍ପାଞ୍ଜଳି, ମଙ୍ଗଳଚରଣ, ପଲ୍ଲବୀ, ଅଭିନୟ ଆଦି ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Leave A Reply

Your email address will not be published.