Latest Odisha News

ପ୍ରତ୍ୟେକ ଦିନ ଖାଆନ୍ତୁ ୫ ଟି କାଜୁ, ମିଳିବ ଏହିସବୁ ଫାଇଦା !

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ସତେ ଯେପରି ଆମେ ଭୁଲି ଗଲେଣି। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ସାଙ୍ଗକୁ କମ୍ ପାଣି ପିଇବା ଦ୍ୱାରା ଆମେ ନାନାଦି ରୋଗର ଶିକାର ହେଉଛନ୍ତି ।

ସମସ୍ୟାଥିଲେ ଏହାର ସମାଧାନ ମଧ୍ୟ ନିଶ୍ଚିତ ରହିଛି। ତେବେ ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନେଇ ପାରୁନଥିବା ବ୍ୟକ୍ତିଙ୍କ ପାଇଁ ବରଦାନ ସଦୃଶ ଏହି ଡ୍ରାଏଫୁଡ଼ ।

ଡ୍ରାଏଫୁଡ଼ ତାଲିକାରେ ସର୍ବ ପ୍ରଥମେ ରହିଥାଏ କାଜୁ। ଏଥିରେ ଭରପୁର ମାତ୍ରାର ପ୍ରୋଟିନ, ଆଇରନ, ଫାଇବର, ମ୍ୟାଗ୍ନେସିୟମ, ଆଣ୍ଟି-ଅକ୍ସିଡ଼େଣ୍ଟ ଏବଂ ମିନେରାଲ ଆଦି ରହିଥାଏ।

ଏହାର ସେବନ ଶରୀର ପ୍ରତି ଲାଭଦାୟକ ହୋଇଥାଏ। ଦିନକୁ ଅତିକମରେ ୫ ଟି କାଜୁ ଖାଇଲେ ଶରୀରରେ ଶକ୍ତି ବଢିଥାଏ।

ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ଥିବାରୁ କେଶ ଏବଂ ତ୍ୱଚା ପାଇଁ ଉତ୍ତମ ରହିଥାଏ। କାଜୁ ଖାଇଲେ ଶରୀରର ଚର୍ବି ନିୟନ୍ତ୍ରିତ ରହିଥାଏ।

ଏହାସହ ହଜମ ପ୍ରକ୍ରିୟାରେ ମଧ୍ୟ ସହାୟକ ହୁଏ କାଜୁ। ଏହାସହ କାଜୁ ହାଡ ମଜଭୁତ କରିବା ସହ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ପ୍ରତିଦିନ କାଜୁ ଖାଇଲେ ତ୍ୱଚା ଉଜ୍ଜଳ ହୋଇଥାଏ।

Comments are closed.