Latest Odisha News

BREAKING NEWS

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଖଜୁରୀ? ଜାଣନ୍ତୁ

ଭୁବନେଶ୍ୱର: ଶରୀର ପାଇଁ ଡ୍ରାଏ୍ ଫୁଡ୍ ଅତ୍ୟନ୍ତ ଉପକାରୀ ହୋଇଥାଏ । ଯାହା ସ୍ୱାସ୍ଥ୍ୟପ୍ରଦ ହେବା ସଙ୍ଗେସଙ୍ଗେ ଚେହେରାରେ ଚମକ ଆଣି ଦେଇଥାଏ ।

ଡ୍ରାଏ୍ ଫୁଡ୍ ମଧ୍ୟରେ ଖଜୁରୀ ଅନ୍ୟତମ । ଆସନ୍ତୁ ଜାଣିବା ଖଜୁରୀ ଖାଇଲେ କି କି ଫଶଇଦା ମିଳିପାରିବ…

ପ୍ରତିଦିନ କିଛି କିଛି ମାତ୍ରାରେ ଖଜୁରୀ ଖାଇବା ଦ୍ୱାରା ଶରୀରରେ କୋଲଷ୍ଟ୍ରୋଲ ପରିମାଣ ସନ୍ତୁଳିତ ରହିଥାଏ ।

ଏଥିରେ ଭିଟାମିନ୍ ବି୧, ବି୨, ବି୩, ବି୫ ସହ ଭିଟାମିନ୍ ଏ ଓ ସି ମଧ୍ୟ ଭରି ରହିଥାଏ । ଯାହା ଶରୀରକୁ ଫୂର୍ତ୍ତି ପ୍ରଦାନ କରିଥାଏ ।

ଖଜୁରୀରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚାରେ ଚମକ ଆଣି ଦେଇଥାଏ । ଏହା ଶରୀରରେ ରୋଗ ପ୍ରତିଷେଧକ ଶକ୍ତିକୁ ମଧ୍ୟ ବଢାଇଥାଏ ।ଖଜୁରୀରେ ଫାଇବର ଭରପୂର ମାତ୍ରାରେ ରହିଥାଏ । ଏହାକୁ ସେବନ କଲେ ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଖଜୁରୀରେ ଥିବା ପୋଟାସିୟମ, କ୍ୟାଲସିୟମ୍‌ ଓ ମାଗ୍ନେସିୟମ୍ ତତ୍ୱ ହାଡକୁ ମଜଭୁତ କରିବାରେ ସହାୟକ ହୋଇଥାଏ ।

Leave A Reply

Your email address will not be published.