Latest Odisha News

BREAKING NEWS

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ କିସ୍‌ମିସ୍‌

ଆମେ ଆମ ଶରୀରକୁ ନେଇ ସବୁବେଳେ ଯତ୍ନବାନ ରୁହନ୍ତି  । କିଛି ସମସ୍ୟା ଦେଖାଦେଲେ ସଙ୍ଗେ ସଙ୍ଗେ ତାର ଉପଚାର କରିଥାଆନ୍ତି  । ଆଉ ଖାଦ୍ୟକୁ କୁ ନେଇ ଆମେ ଟିକିଏ ଅଧିକ ସଚେତନ ହେବା ଉଚିତ୍‌ । ଖାଦ୍ୟ ଖାଇବା ବେଳେ ସକାଳ ଜଳଖିଆରେ କିସ୍‌ମିସ୍‌ ସାମିଲ୍‌ କରିବା ନିହାତି ଦରକାର  । ଆମେ ଡ୍ରାଏ ଫୁଡ୍‌ ଉପରେ ଧ୍ୟାନ ଦେଇ ନଥାଉ କିନ୍ତୁ କିସ୍‌ମିସ୍‌ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ  ।

ସାଧାରଣତଃ ଘରେ ଖିରି ହେଲେ, କାଜୁ, କିସ୍‌ମିସ୍‌ ଖୋଜା ପଡ଼େ । ସୁଆଦିଆ କିସ୍‌ମିସ୍‌ ସ୍ବାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପକାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କିସ୍‌ମିସ୍‌କୁ ରାତିରୁ ବତୁରାଇ ସକାଳେ ଖାଇବା ଉଚିତ।
କପେ ପାଣିରେ ରାତିବେଳା ୫-୬ଟି କିସ୍‌ମିସ୍‌ ବତୁରାଇ ରଖନ୍ତୁ। ସକାଳୁ ଉଠି ଖାଲିପେଟରେ ସେହି କିସ୍‌ମିସ୍‌ ଖାଇ ପାଣିକୁ ବି ପିଇନେବେ। ସପ୍ତାହେ ଏମିତି କଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବ।
ପ୍ରତିଦିନ କିସ୍‌ମିସ୍‌ ପାଣି ପିଇଲେ ହଜମ ଭଲ ଭାବେ ହୁଏ, ତ୍ବଚାଜନିତ ବିଭିନ୍ନ ଅସୁବିଧା କମ୍‌ ହୁଏ।
ଛାତିଜ୍ବଳାପୋଡ଼ା ରୋଗୀଙ୍କ ପାଇଁ ଏହି କିସ୍‌ମିସ୍‌ ପାଣି ଔଷଧ ପରି କାମ କରେ ।

Comments are closed.