Latest Odisha News

BREAKING NEWS

ଚମତ୍କାରୀ ଫେସ୍‌ ପ୍ୟାକ୍‌, ଚମକାଇବ ତ୍ୱଚା ଜାଣନ୍ତୁ….

ଓଡ଼ିଶା ସମ୍ବାଦ ବ୍ୟୁରୋ : ଶୀତଦିନେ ସାଧାରଣତଃ ତ୍ୱଚା ଅଧିକ ଶୁଷ୍କ ହୋଇଯାଏ । ତେଣୁ ଏହିଦିନେ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ ରହିଛି । ଏହାସହ କିଛି ଘରୋଇ ଚମତ୍କାରୀ ଫେସିଆଲ୍‌ ପ୍ୟାକ୍‌ ବନାଇ ମୁହଁରେ ଲଗାଇଲେ ତ୍ୱଚାର ଚମକ ବୃଦ୍ଧି କରିବା ସହ ଉଜ୍ଜ୍ୱଳ ମଧ୍ୟ କରିଥାଏ । ତେବେ ଆପଣ କିପରି ଏହି ଫେସ୍‌ ପ୍ୟାକ୍‌ ବନାଇବେ ଜାଣନ୍ତୁ ଆସନ୍ତୁ ଜାଣିବା…..

ମହୁ,ଚାଉଳ ଗୁଣ୍ଡ,ଆଳୁ,ପଇଡ ପାଣି,କମଳା ଚୋପା ଗୁଣ୍ଡ ଆଦିକୁ ମିଶାଇ ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରି ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଏକ ସ୍ୱତନ୍ତ୍ର ଚମକ ଆସିଥାଏ।
ପ୍ରଥମେ ତ୍ୱଚାକୁ ଧୋଇବା ପରେ ଆଳୁ ଖଣ୍ଡ ନେଇ ତ୍ୱଚାକୁ ମାଲିସ କରନ୍ତୁ ।
ଏହାପରେ ଅମୃତଭଣ୍ଡା,ଚାଉଳ ଗୁଣ୍ଡକୁ ମିଶାଇ ଏହାକୁ ମୁହଁରେ ଲଗାଇ ମାଲିସ କରନ୍ତୁ । କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ ।
ଏହାପରେ ଗ୍ରୀନଟିରୁ ପ୍ରସ୍ତୁତ ପ୍ରାକୃତିକ ଟୋନର୍‌କୁ ବ୍ୟବହାର କରି ମୁହଁରେ ଷ୍ଟ୍ରିମ୍‌ ନେବା ପରେ ବରଫରେ ହାଲକା ମାଲିସ କରନ୍ତୁ ।
ମହୁ,କଦଳୀ,କମଳା ଚୋପା ଗୁଣ୍ଡ,ପଇଡ ପାଣିର ମିଶ୍ରଣକୁ ମୁହଁରେ ଲଗାନ୍ତୁ । କିଛି ସମୟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ ।
ସେହିପରି ଷ୍ଟ୍ରବେରୀ, କଦଳୀ, ଅମୃତଭଣ୍ଡା, ଅଲିଭ ଅଏଲ୍‌, ମହୁ, ଚାଉଳ ଗୁଣ୍ଡର ଫେସ୍‌ ପ୍ୟାକ୍‌ ମଧ୍ୟ ମୁହଁ ପାଇଁ ବେଶ୍‌ ଲାଭଦାୟକ । ଏହାକୁ ମଧ୍ୟ ବ୍ୟବହାର କରନ୍ତୁ । ତେବେ ଏହି ସମସ୍ତ ଜିନିଷ ବ୍ୟବହାର କରି ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତ ଦେଖିବେ ଆପଣଙ୍କ ତ୍ୱଚା କିପରି ଗ୍ଲୋ କରିବ  ।

Leave A Reply

Your email address will not be published.