Latest Odisha News

BREAKING NEWS

ଶରୀରରେ ଗୁଡ୍ କୋଲେଷ୍ଟ୍ରଲ୍ ବୃଦ୍ଧି କରିବେ କିପରି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲିର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଭୁଲ ଖାଦ୍ୟ ଶୈଳୀ ଆମକୁ ଅନେକ ସମୟରେ ବିଭିନ୍ନ ସମସ୍ୟାରେ ପକାଇଥାଏ। ଫଳରେ ଆମେ ଅନେକ ରୋଗର ଶିକାର ହୋଇଥାଉ। ଏହି ରୋଗମାନଙ୍କ ମଧ୍ୟରେ ହୃଦଘାତ ଏବଂ କୋଲେଷ୍ଟ୍ରଲ ଆଦି ସମସ୍ୟା ଅନେକ ମାତ୍ରାରେ ବୃଦ୍ଧି ପାଉଛି।
ଅତ୍ୟଧିକ ଚିନ୍ତା, ଜଙ୍କ ଫୁଡ, ଅଧିକ ତେଲଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ବଢିଯାଏ। ବିଶେଶ କରି ଯୁବପିଢିମାନେ ଅଧିକ ମାତ୍ରାରେ ଏହି ଗୋରର ଶିକାର ହେଉଛନ୍ତି । ଆମ ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ୍ ଥାଏ। ଗୁଡ୍ କୋଲେଷ୍ଟ୍ରଲ୍ ଏବଂ ବ୍ୟାଡ଼ କୋଲେଷ୍ଟ୍ରଲ୍। ତେବେ କେଉଁ ଖାଦ୍ୟ ଖାଇଲେ ଗୁଡ୍ କୋଲେଷ୍ଟ୍ରଲ୍ ବୃଦ୍ଧି ପାଏ ସେ ସମ୍ପର୍କରେ ଜାଣିବା।

ଗୋଟା ଶସ୍ୟ…
ଗୁଡ୍ କୋଲେଷ୍ଟ୍ରଲ ବୃଦ୍ଧି କରିବାକୁ ଗୋଟା ଶସ୍ୟ ଅଧିକ ଲାଭଦାୟକ। ଗୋଟେ ଶସ୍ୟରେ ପ୍ରୋଟିନ୍, ଫାଇବର, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ। ଏଥିରେ ଥିବା ଗୁଣ ଶରୀରରେ କୋଲେଷ୍ଟ୍ରଲ ବଢାଇବାରେ ସାହାଯ୍ୟ କରେ। ଏଥିପାଇଁ ଆପଣ ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ଓଟମିଲ୍, ଓଟସ୍ ଏବଂ ବ୍ରାଉନ୍ ରାଇସ ଅନ୍ତର୍ଭୁକ୍ତ କରିପାରିବେ।

ବିନ୍ସ…
ବିନ୍ସ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍, କାରୋଟିନ୍ ପରି ପୁଷ୍ଟିକର ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ। ଯାହା ଶରୀରକୁ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ। ଏପରି ପରିସ୍ଥିତିରେ ଯଦି ଆପଣ ପ୍ରତିଦିନ ବିନ୍ସ ଖାଆନ୍ତି, ତେବେ ଆପଣଙ୍କ ଶରୀରରେ ଗୁଡ୍ କୋଲେଷ୍ଟ୍ରଲ୍ର ପରିମାଣ ବଢାଇ ପାରିବେ।

ବାଦାମ…
କାଜୁ, ପିସ୍ତା ଏବଂ ଅଖରୋଟ ପରି ବାଦାମରେ ଫ୍ୟାଟି ଏସିଡ୍ ଭରପୂର ଥାଏ। ଏହା ଶରୀରରେ ଗୁଡ୍ କୋଲେଷ୍ଟ୍ରୋଲ୍ ବୃଦ୍ଧି କରିବାରେ ସାହାଯ୍ୟ କରେ। ଯଦି ଆପଣ ପ୍ରତିଦିନ ବାଦାମ ଖାଉଛନ୍ତି ତେବେ ଆପଣଙ୍କର ହୃଦୟ ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମିଯିବ।

ଫଳ…
ଫଳ କେବଳ ଶରୀରକୁ ପୋଷଣ କରେ ନାହିଁ ବରଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ। ତେଣୁ ଯଦି ଆପଣ ପ୍ରତିଦିନ ଫଳ ଖାଉଛନ୍ତି, ତେବେ ଶରୀରରେ ଗୁଡ୍ କୋଲେଷ୍ଟ୍ରଲ୍ର ପରିମାଣ ବଢିଥାଏ।

Comments are closed.