Latest Odisha News

BREAKING NEWS

ଡାଇରିଆ ମୁକାବିଲା; ଭଦ୍ରକରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗର ଟିମ୍

ଭଦ୍ରକ: ଯାଜପୁରରୁ ଆରମ୍ଭ ହୋଇଥିବା ଏହି କଲେରା ଆଖପାଖ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଡାଇରିଆ ମୟୂରଭଞ୍ଜରେ ପହଞ୍ଚିଛି । ଏପର୍ଯ୍ୟନ୍ତ ରାଜ୍ୟରେ ଡାଇରିଆରେ ୨୧ ଜଣଙ୍କ ମୃତ୍ୟୁ ହେଲାଣି । ଏପଟେ ଗ୍ରାଉଣ୍ଡ ଜିରୋକୁ ଯାଇ ହଇଜା ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆଜି ୩ଟି ଜିଲ୍ଲା ଯାଜପୁର, କଟକ ଓ ଭଦ୍ରକ ଗସ୍ତରେ ଯାଇଛନ୍ତି ରାଜ୍ୟସ୍ତରୀୟ ଟିମ୍ ।

ଏନେଇ ଡାଇରିଆ ମୁକାବିଲା ପାଇଁ ଭଦ୍ରକରେ ପହଞ୍ଚିଛି ସ୍ବାସ୍ଥ୍ୟ ବିଭାଗର ଟିମ୍ । ଭଣ୍ଡାରୀପୋଖରୀ ହସ୍ପିଟାଲ୍‌ରେ ୩ ଜଣିଆ ଟିମ୍‌ ପହଞ୍ଚି ସ୍ଥିତିର ସମୀକ୍ଷା କରିବା ସହ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ସହ ଆଲୋଚନା କରିଛନ୍ତି । ସମୀକ୍ଷା ପରେ ଝାଡ଼ାବାନ୍ତି ଆକ୍ରାନ୍ତ ଅଞ୍ଚଳ ଗସ୍ତ କରିବ ଟିମ୍ ।

ସେପଟେ ଦୂଷିତ ପାନୀୟଜଳ ଯୋଗୁ ଡାଇରିଆ ବ୍ୟାପୁଥିବା ରିପୋର୍ଟ ଦେଇଛି କେନ୍ଦ୍ରୀୟ ଟିମ୍ ।  ଏନେଇ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛି। ସମସ୍ତ ଜଳ ଉତ୍ସର ବିଶୋଧନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛି ଟିମ । ପ୍ରତି ୩ଦିନରେ ଜଳ ଉତ୍ସର ବିଶୋଧନ କରାଯିବ । ଆକ୍ରାନ୍ତଙ୍କ କେସ୍ ହିଷ୍ଟ୍ରି ମେଣ୍ଟେନ ହେବ ।

ପ୍ରତ୍ୟେକ ଜିଲ୍ଲାରେ କୋର ଟିମ ଗଠନ ହେବ। ଏହାର ଆବାହକ ରହିବେ CDMO । ଟିମରେ ସଦସ୍ୟ ରହିବେ ସ୍ୱାସ୍ଥ୍ୟ ଓ ଅନ୍ୟ ବିଭାଗର ଅଧିକାରୀ ମଧ୍ୟ ରହିବେ ।  ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସ୍ଥିତିର ସମୀକ୍ଷା ହେବ ଓ ପରଦିନ ପାଇଁ ପ୍ଲାନ ପ୍ରସ୍ତୁତ କରାଯିବ ।  କଟକ ଏସସିବି ମେଡିକାଲକୁ ବାହାରୁ ରୋଗୀ ଆସୁଥିବାରୁ କଟକ ଜିଲ୍ଲାକୁ ଫୋକସରେ ରଖାଯାଇଛି ।

Comments are closed.