Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରାଜଧାନୀରେ ପିଲା ଚୋରି ଓ ବିକ୍ରି ଉଦ୍ୟମ ପଣ୍ଡ, ୫ ଦିନ ପରେ ମିଳିଲା ନାବାଳିକା

ଭୁବନେଶ୍ୱର: ରାଜଧାନୀରେ ପିଲା ଚୋରି ଓ ବିକ୍ରି ଉଦ୍ୟମ ପଣ୍ଡ । ସିସିଟିଭିରେ ନାବାଳିକାକୁ ଚୋରି କରିନେଇ ଯାଉଥିଲା ଅପରାଧି । ୫ ଦିନ ପରେ ମିଳିଲା ନାବାଳିକା । ନାବାଳିକାକୁ ଚୋରି କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୁଚାଇ ରଖିଥିଲା ଅପରାଧି । ଏହି ଘଟଣା ଇନଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିରେ ଘଟିଛି ।

ଗତ ଶନିବାରଠାରୁ ଶଖରଚଣ୍ଡୀ ବସ୍ତିର ଜଣେ ନାବାଳିକାଙ୍କ ପତ୍ତା ନଥିଲା । ଦିନ ମଜୁରିଆ ବାପା, ମାଆ ବହୁ ଖୋଜା ଖୋଜି ପରେ ଥାନାରେ ଏତଲା କରିଥିଲେ । ବାପା, ମାଆ ଏତଲା ଦେବା ପରେ ପୋଲିସ ଏହି ଘଟଣାକୁ ପ୍ରଥମେ ହାଲକା ଭାବରେ ନେଇଥିଲା । କିନ୍ତୁ ଅଭିଯୁକ୍ତ ଜଣକ ପିଲାଟିକୁ ନେଇ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବୁଲୁଥିବା ବେଳେ ଲୋକ ଦେଖିଥିଲେ।

ଏହା ପରେ ପୋଲିସ ଏବଂ ସ୍ଥାନୀୟ ଲୋକ ମିଳିତ ଭାବେ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ କାବୁ କରିଥିଲେ । ତେବେ ସବୁକିଛି ସମ୍ଭବ ହୋଇପାରିଛି ସିସିଟିଭି ଯୋଗୁ। ସିସିଟିଭି ଫୁଟେଜ ଆଧାରରେ ଚୋରି ପିଲାଟିକୁ ଉଦ୍ଧାର କରାଯାଇପାରିଛି।

 

 

Leave A Reply

Your email address will not be published.