Latest Odisha News

BREAKING NEWS

ଗୁରୁ ଦିବସ ସୁଦ୍ଧା ସମସ୍ତ ଶିକ୍ଷକଙ୍କୁ କରୋନା ଟିକା

ନୂଆଦିଲ୍ଳୀ: କରୋନା ସଙ୍କଟ ଭିତରେ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବା ଆରମ୍ଭ ହୋଇଛି। ଏହା ଫଳରେ ସଂକ୍ରମଣ ବୃଦ୍ଧିକୁ ନେଇ ଆଶଙ୍କା ବଢିଯାଇଛି। ଏହା ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମସ୍ତ ରାଜ୍ୟକୁ ୫ ସେପ୍ଟେମ୍ବର ଅର୍ଥାତ୍‌ ଗୁରୁ ଦିବସ ସୁଦ୍ଧା ସମସ୍ତ ଶିକ୍ଷକଙ୍କୁ ଟିକାକରଣ କରିବାକୁ ଅନୁରୋଧ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ସେପ୍ଟେମ୍ବର ୫ ସୁଦ୍ଧା ସମସ୍ତ ସ୍କୁଲ ଶିକ୍ଷକଙ୍କୁ ଟିକାକରଣ କରାଯିବା ଉଚିତ୍।

ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, “ଏହି ମାସରେ ପ୍ରତ୍ୟେକ ରାଜ୍ୟକୁ ଟିକା ଯୋଗାଇବା ଯୋଜନା ବ୍ୟତୀତ ୨ କୋଟିରୁ ଅଧିକ ଟିକା ଉପଲବ୍ଧ କରାଯାଉଛି। ଆମେ ସମସ୍ତ ରାଜ୍ୟକୁ ଅନୁରୋଧ କରୁଛୁ ଯେ ୫ ସେପ୍ଟେମ୍ବର ପୂର୍ବରୁ ସବୁ ଶିକ୍ଷକଙ୍କୁ ପ୍ରାଥମିକତା ଦେଇ ଟିକାକରଣ କରାଯିବା ଉଚିତ।

କୋଭିଡ-୧୯ ର ପ୍ରସାରକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ସହ ଦେଶର ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଅନଲାଇନ୍‌ କ୍ଲାସ୍‌ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା। ଭାରତରେ କୋଭିଡ-୧୯ ଟିକାକରଣର ମୋଟ ସଂଖ୍ୟା ୫୯ କୋଟି ଅତିକ୍ରମ କରିଛି।

Comments are closed.