Latest Odisha News

ଚଳିତ ଆର୍ଥିକ ବର୍ଷରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ: ସାଢ଼େ ୩ କୋଟି ଲୋକ ପାଇବେ ସୁବିଧା

ଭୁବନେଶ୍ୱର: ସ୍ବାସ୍ଥ୍ୟ କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ। ସମସ୍ତେ ସୁବିଧାରେ ପାଇବେ ସ୍ବାସ୍ଥ୍ୟ ସେବା। ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ପ୍ରାୟ ସାଢେ ୩ କୋଟି ଲୋକ ପାଇବେ ସୁବିଧା। ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଗୋପବନ୍ଧୁ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଚୁକ୍ତି ସ୍ବାକ୍ଷରିତ ହେବ। ଏହା ଦ୍ବାରା ସାଢ଼େ ୩ କୋଟି ଓଡ଼ିଶାବାସୀଙ୍କୁ  ସ୍ୱତନ୍ତ୍ର କାର୍ଡ ମିଳିବ। ଏହି କାର୍ଡ ଦ୍ବାରା ହିତାଧିକାରୀ ସାରା ଭାରତର୨୭ ହଜାର ହସ୍ପିଟାଲରେ ସ୍ବାସ୍ଥ୍ୟ ସୁବିଧା ପାଇପାରିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟ ସମସ୍ତ ସରକାରୀ ହସ୍ପିଟାଲରେ ରହିବେ ରେଡିଓଗ୍ରାଫର। ଖୁବ୍‌ଶୀଘ୍ର ୨୫୦ ରେଡିଓଗ୍ରାଫରଙ୍କୁ ନିଯୁକ୍ତିପତ୍ର ଦିଆଯିବ। ରେଡ଼ିଓଗ୍ରାଫି ଦ୍ଵାରା ସ୍ବାସ୍ଥ୍ୟ କ୍ଷେତ୍ରରେ ବଡ ଉନ୍ନତି ହେବ। ଆଗାମୀ ଦିନରେ ସ୍ବାସ୍ଥ୍ୟ ସେବାରେ ଉନ୍ନତିକୁ ଆଖିରେ ରଖି ଅଧିକ ପଦବୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ।

ସେହିପରି ରାଜ୍ୟରେ ଏଡ଼ସ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି। ଆଗାମୀ ୨୦୩୦ ସୁଦ୍ଧା ରାଜ୍ୟରେ ଶୂନ୍ୟ ହେବ ନୂଆ ଏଡ଼ସ ଆକ୍ରାନ୍ତଙ୍କ ସଂଖ୍ୟା। ସକ୍ରିୟ ୫୦ ହଜାର ଏଡ଼ସ କେସ ବର୍ତ୍ତମାନ ସାରା ରାଜ୍ୟରେ ରହିଥିବାବେଳେ କେବଳ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୦ ହଜାର ଏଡ଼ସ ରୋଗୀ ରହିଛନ୍ତି। ସର୍ବନିମ୍ନ ୧୫୦ ରୋଗୀ ସୋନପୁରର ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି।ଆଉ ରୋଗୀ ମଧ୍ୟ ବିଶେଷ ରାଜ୍ୟରେ ଚିହ୍ନଟ ହେଉନାହାନ୍ତି। ୨୦୩୦ ସୁଦ୍ଧା ଆଉ କେହି ଆକ୍ରାନ୍ତ ନ ହୁଅନ୍ତି ତାକୁ ନେଇ ସ୍ବାସ୍ଥ୍ୟ ବିଭାଗ ବ୍ୟବସ୍ଥା କରିବ ବୋଲି ଜାଣିବାକୁ ମିଳିଛି।

Comments are closed.