କଟକ: କଟକର ହଟ୍ସ୍ପଟ ପାଲଟିଥିବା କ୍ୟାନ୍ସର ହସ୍ପିଟାଲ ଏବଂ ଏସ୍ସିବିରେ କଟକଣା ଲଗାଯାଇଛି । କ୍ୟାନ୍ସର ହସ୍ପିଟାଲ ଏବଂ ଏସ୍ସିବି ନ ଆସିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଗତ ତିନି ଦିନ ମଧ୍ୟରେ କ୍ୟାନ୍ସର ହସ୍ପିଟାଲରୁ ୧୧୩ ପଜିଟିଭ୍ ଓ ଏସ୍ସିବିରୁ ୨୫ରୁ ଅଧିକ ପଜିଟିଭ୍ ଚିହ୍ନଟ ପରେ ହସ୍ପିଟାଲ ନଆସିବାକୁ ଲୋକଙ୍କୁ ନିବେଦନ କରାଯାଇଛି । ଆଜି କଟକ ଏସ୍ସିବି ବଡ଼ ମେଡିକାଲରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।
ବର୍ତ୍ତମାନ ସମୟରେ ଏସ୍ସିବି କିମ୍ବା କ୍ୟାନ୍ସର ହସ୍ପିଟାଲକୁ ଆଉଟ୍ଡୋର ଲୋକେ ନଆସିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି । ପ୍ରଥମେ କୋଭିଡ୍ ଟେଷ୍ଟ୍ କରାଯିବା ପରେ ମେଡିକାଲରେ ଆଡମିଶନ କରାଯିବ । ସବୁ ସରକାରୀ ମେଡିକାଲରେ ଆବଶ୍ୟକ ମୁତାବକ କୋଭିଡ୍ ସାମଗ୍ରୀ ରହିଛି । ମେଡିକାଲର ବିଭିନ୍ନ କାଉଣ୍ଟର ଭିଡ଼ ଉପରେ ନଜର ରଖିବ ପୋଲିସ । ଆସନ୍ତା ମଙ୍ଗଳବାରଠୁ କଟକର ୩ଟି ସରକାରୀ ହସ୍ପିଟାଲରେ ଆରମ୍ଭ ହେବ ଆଣ୍ଟିଜେନ୍ ଟେଷ୍ଟ । ଏଥିପାଇଁ ଆଇସିଏମ୍ଆର୍ ଅନୁମତି ଦେଇଛି । ପୁଣେରୁ ଆସିବ ଏହି କିଟ୍ । ମାତ୍ର ଅଧ ଘଣ୍ଟା ଭିତରେ ଜଣାପଡ଼ିବ କୋଭିଡ୍ ଷ୍ଟାଟସ୍ ।
Comments are closed.