Latest Odisha News

BREAKING NEWS

ଆଜି ନନ୍ଦନକାନନରେ ପ୍ରାୟ ୧୬ ହଜାର ଲୋକଙ୍କ ଭିଡ ଜମିଲା

ଭୁବନେଶ୍ୱର: ଆଜି ଛୁଟି ଦିନ ହୋଇଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭିଡ ଦେଖିବାକୁ ମିଳିଥିଲା । ପ୍ରାୟ ୧୬ ହଜାର ୪୭୧ ଜଣ ଯାତ୍ରୀ ନନ୍ଦନକାନନରେ ପହଞ୍ଚିଥିଲେ । ତେବେ କରୋନା ସଂକ୍ରମଣ ଭୟ ଥିବାରୁ ପ୍ରବେଶ ଦ୍ୱାରରେ ସାନିଟାଇଜ କରିବା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।

କରୋନା ପାଇଁ ନନ୍ଦନକାନନ ପ୍ରାୟ ୮ ମାସ ଧରି ବନ୍ଦ ରହିଥିଲା । ଗତମାସରେ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି ।

Leave A Reply

Your email address will not be published.