Latest Odisha News

BREAKING NEWS

୪୦ ଡିଗ୍ରୀ ଉପରେ ରାଜ୍ୟର ୭ ସହର

ଭୁବନେଶ୍ବର : ରାଜ୍ୟକୁ ଫେରିଲା ତାତି । କିଛି ଦିନ ତାତିରୁ ଆଶ୍ବସ୍ତି ମିଳିବା ପରେ ଏବେ ପୁଣି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗୁଳୁଗୁଳି ସାଙ୍ଗକୁ ତାତିରେ ଆଉଟୁପାଉଟୁ ହେଲେଣି ରାଜ୍ୟବାସୀ । ଆଜି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ୪୧ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୭ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୮.୫, କଟକରେ ୩୮, ପାରାଦୀପରେ ୩୩.୨, ଭୁବନେଶ୍ବରରେ ୩୯, ଗୋପାଳପୁରରେ ୩୪.୧, ପୁରୀରେ ୩୪.୬, ଅନୁଗୁଳରେ ୪୦.୭, ବାରିପଦାରେ ୩୯.୨, ଝାରସୁଗୁଡ଼ାରେ ୩୯.୨, କେନ୍ଦୁଝରରେ ୩୫.୪, ସମ୍ବଲପୁରରେ ୪୦.୫, ସୁନ୍ଦରଗଡ଼ରେ ୪୦, ହୀରାକୁଦରେ ୩୯.୧, ତାଳଚେରରେ ୩୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣା ଓ ବଲାଙ୍ଗିରରେ ତାପମାତ୍ରା ୩୯.୫ ଡିଗ୍ରୀ ଥିବା ବେଳେ କୋରାପୁଟରେ ୩୫.୨, ଫୁଲବାଣୀରେ ୩୯, ଟିଟିଲାଗଡ଼ ଓ ମାଲକାନଗିରିରେ ୪୦ ଡିଗ୍ରୀ ଲେଖାଏଁ, ସୋନପୁର ୪୦.୮, ଦାରିଙ୍ଗବାଡିରେ ୩୩, ନୟାଗଡ଼ରେ ୩୮, ବୌଦ୍ଧରେ ୪୧, ଛତ୍ରପୁରରେ ୩୪, ପାରଳାଖେମୁଣ୍ଡିରେ ୩୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.