Latest Odisha News

BREAKING NEWS

ତାତିରୁ ମିଳିଲା ଆଶ୍ବସ୍ତି, ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହର

ଭୁବନେଶ୍ବର : ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ସାରା ରାଜ୍ୟରେ ପାରଦ ସାମାନ୍ୟ ତଳକୁ ଖସିଛି । ୪୦ ଡିଗ୍ରୀ ତଳେ ରହିଛି ରାଜ୍ୟର ସବୁ ସହରର ତାପମାତ୍ର । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୫ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୫.୫, କଟକରେ ୩୭.୫, ପାରାଦୀପରେ ୩୧.୮, ଭୁବନେଶ୍ବରରେ ୩୯.୧, ଗୋପାଳପୁରରେ ୩୩.୧, ପୁରୀରେ ୩୪, ଅନୁଗୁଳରେ ୩୬.୯, ବାରିପଦାରେ ୩୫, ଝାରସୁଗୁଡ଼ାରେ ୩୬.୬, କେନ୍ଦୁଝରରେ ୩୪.୪, ସମ୍ବଲପୁରରେ ୩୪.୭, ସୁନ୍ଦରଗଡ଼ରେ ୩୫.୫, ହୀରାକୁଦରେ ୩୩.୫, ତାଳଚେରରେ ୩୮.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ୩୮ ଡିଗ୍ରୀ ଥିବା ବେଳେ, କୋରାପୁଟରେ ତାପମାତ୍ରା ୩୩ ଡିଗ୍ରୀ ଥିବା ବେଳେ, ଫୁଲବାଣୀରେ ୩୭.୪, ଟିଟିଲାଗଡ଼ରେ ୩୯, ମାଲକାନଗିରିରେ ୩୯, ସୋନପୁରରେ ୩୮, ଦାରିଙ୍ଗବାଡିରେ ୩୧.୫, ନୟାଗଡ଼ରେ ୩୭, ବୌଦ୍ଧରେ ୩୮, ଛତ୍ରପୁରରେ ୩୩, ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.