Latest Odisha News

BREAKING NEWS

ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ୱର: ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି।

ଆହୁରି ମଧ୍ୟ ଓଡିଶାରେ ଆଗାମୀ ପାଞ୍ଚ ଦିନ ପର‌୍ୟ୍ୟନ୍ତ ତଥା ମେ ୧୫ ତାରିଖ ଯାଏଁ ଜାରି ରହିବ ବୋଲି ଆଇଏମଡି ପକ୍ଷରୁ ଏହାର ମଧ୍ୟଭାଗ ବୁଲେଟିନରେ କୁହାଯାଇଛି।

ବର୍ତ୍ତମାନ ବଙ୍ଗୋପସାଗରରୁ ପବନ ବହିବା କାରଣରୁ ଓଡିଶାରେ ଦିନର ତାପମାତ୍ରା ଅପେକ୍ଷାକୃତ କମ୍ ରହିଛି। କିନ୍ତୁ ମେ ୧୬ ରୁ ପଶ୍ଚିମା ପବନ ପ୍ରବାହିତ ହେବା ସହିତ ପବନର ଦିଗ ବଦଳିବ ଯାହା ଫଳରେ ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ତଥା ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ କିମ୍ବା ତଦୁର୍ଦ୍ଧ୍ୱ ରହିବ।

Leave A Reply

Your email address will not be published.