Latest Odisha News

BREAKING NEWS

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନାମାଙ୍କନ ଭରିଲେ ହେବିୱେଟ୍

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନାମାଙ୍କନ ପତ୍ର ଦାଖଲ କଲେ ହେବିୱେଟ୍ ଓ ସିନେ ତାରକା । ତେବେ ହଜାର ହଜାର ସମର୍ଥକଙ୍କ ସହ ବିରାଟ ବାଇକ୍ ଶୋଭାଯାତ୍ରାରେ ଆସି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୈଜୟନ୍ତ ପଣ୍ଡା ।

ସେହିପରି ନିଜର ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ନାମାଙ୍କନ ଦାଖଲ ପାଇଁ ବାହାରିଛନ୍ତି ଚାନ୍ଦବାଲି ବିଜେପି ପ୍ରାର୍ଥୀ ମନମୋହନ ସାମଲ । ନାମାଙ୍କନ ଦାଖଲ ପୂର୍ବରୁ ମନମୋହନ ଚାନ୍ଦବାଲି ଆରାଧ୍ୟ ଦେବୀ ମା’ ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।
ଅନ୍ୟପଟେ, ଯାଜପୁରରେ ଆଜି ଚତୁର୍ଥ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ସ୍ଵାଧୀନ ସମେତ ବିଭିନ୍ନ ରାଜନୀତି ଦଳର ପ୍ରାର୍ଥୀ । ଆଜି ଗୋଟିଏ ଦିନରେ ବିଧାନସଭା ଏବଂ ଲୋକସଭା ଆସନ ପାଇଁ ୧୪ ରୁ ଉର୍ଦ୍ଧ୍ବ ଦଳୀୟ ଓ ନିର୍ଦଳୀୟ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀମାନେ ନିଜ କର୍ମୀ ଓ ସମର୍ଥକଙ୍କ ସହ ଜିଲ୍ଲା ମୁଖ୍ୟାଳୟକୁ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ବିଜୟ ସମସ୍ତଙ୍କ ଲକ୍ଷ୍ୟ ଥିବାବେଳେ ପୃଥକ୍ ପୃଥକ୍ ଦଳର ପ୍ରାର୍ଥୀ ବିଭିନ୍ନ ମୁଦ୍ଦା ଓ ପ୍ରସଙ୍ଗ ନେଇ ନିର୍ବାଚନ ଲଢ଼ୁଥିବା ମତ ଦେଇଛନ୍ତି । ବିଜେପିରୁ ଯାଜପୁର ବିଧାନସଭା ପ୍ରାର୍ଥୀ ଗୌତମ ରାୟ, କୋରାଇ ପ୍ରାର୍ଥୀ ଆକାଶ ଦାସ ନାୟକ, ବଡଚଣା ପ୍ରାର୍ଥୀ ଅମର ନାୟକ, ସୁକିନ୍ଦା ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ, ବରୀ ବିଧାନସଭା ପ୍ରାର୍ଥୀ ଉମେଶ ଜେନା ପ୍ରମୁଖ ୫ ଜଣ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବିଜେପି ଲୋକସଭା ପ୍ରାର୍ଥୀ ଡ଼ ରବୀନ୍ଦ୍ର ନାରାୟଣ ବେହେରା ମଧ୍ୟ ଆଜି ତାଙ୍କର ପ୍ରlର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ବିଜେଡିର ସୁକିନ୍ଦା ଆସନ ପାଇଁ ପ୍ରିତିରଞ୍ଜନ ଘଡାଇ ଏବଂ ବଡଚଣା ଆସନ ପାଇଁ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ପ୍ରର୍ଥୀପତ୍ର ଦାଖଲ କରିଛନ୍ତି । ବରୀରୁ କଂଗ୍ରେସ ପ୍ରାର୍ଥୀ ଦେବାଶିଷ ନାୟକ ଓ ବଡଚଣାରୁ କଂଗ୍ରେସ ପ୍ରାର୍ଥୀ ଅଜୟ କୁମାର ସାମଲ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୋଟ ୧୦ ଜଣ ଦଳୀୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣ ପଡ଼ିଛି । ଏହା ବ୍ୟତୀତ କିଛି ସ୍ଵାଧୀନ ପ୍ରାର୍ଥୀ ମଧ୍ୟ ପ୍ରାର୍ଥିପାତ୍ର ଦାଖଲ କରିଛନ୍ତି ।

Leave A Reply

Your email address will not be published.