Latest Odisha News

BREAKING NEWS

ପ୍ରବଳ ବର୍ଷା ଯୋଗୁଁ ପଶ୍ଚିମ ଓଡିଶାରେ ରେଳସେବା ବାଧାପ୍ରାପ୍ତ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ଓଡିଶାରେ ରେଳସେବା ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।

ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ପ୍ରବଳ ବର୍ଷା ଫଳରେ ବିଭିନ୍ନ ରେଲୱେ ଟ୍ରାକ୍ ଉପରେ ଜଳ ପ୍ରବାହିତ ହେଉଛି । ଯାହାଦ୍ୱାରା ସମ୍ବଲପୁର-ଦେଓଗାଁ, ବରଗଡ ଏବଂ ଟିଟଲାଗଡ ଖଣ୍ଡରେ ରେଳସେବା ବ୍ୟାହତ ହୋଇଛି ।

ସମ୍ବଲପୁର-ରାୟଗଡା ଏକ୍ସପ୍ରେସକୁ ବରପାଲି ରେଲୱେ ଷ୍ଟେସନ ନିକଟରେ ଏବଂ ଆଜମେର୍-ପୁରୀ ଏକ୍ସପ୍ରେସ୍ ଓ ଇସ୍ପାତ ଇକ୍ସପ୍ରେସକୁ କ୍ରମଶଃ ଲୋଇସିଙ୍ଗା ଓ ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଅଟକାଇ ଦିଆଯାଇଛି ।

ସେହିପରି ୧୮୧୦୭/୧୮୧୦୮ ରାଉରକେଲା-ଜଗଦଲପୁର-ରାଉରକେଲା ଏକ୍ସପ୍ରେସ୍, ରାଉରକଲୋରୁ ୧୩.୦୮.୨୦୧୯ ଏବଂ ଜଗଦଲପୁର, ସମ୍ବଲପୁର ଓ ଟିଟଲାଗଡ ମଧ୍ୟରେ ରେଳଟ୍ରାକରେ ଜଳ ପ୍ରବାହିତ ହେବାଯୋଗୁଁ ୧୪.୦୮.୨୦୧୯ ଯାଏଁ ବାତିଲ ରହିଛି ।

ଏଭଳି ପରିସ୍ଥିତିକୁ ନଜରରେ ରଖି ଏହି ସବୁ ସେକ୍ସନ ଗୁଡିକରେ ରେଳ ଚଳାଚଳକୁ ସ୍ଥଗିତ କରାଯାଇଛି । ଆହୁରି ମଧ୍ୟ ଟ୍ରାକ୍ ଉପରେ ପ୍ରବାହିତ ହେଉଥିବା ଜଳ ନିଷ୍କାସିତ ହେବାପରେ ଯାଇ ରେଳସେବା ସ୍ୱାଭାବିକ ହୋଇପାରିବ ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.