ନୂଆଦିଲ୍ଲୀ: ବର୍ଷା ପାଣିରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ମାତ୍ର କିଛି ଘଂଟାର ବର୍ଷାରେ ଜଳାର୍ଣ୍ଣବ ହୋଇଯାଇଛି ଦିଲ୍ଲୀ ସହର । ବୁଧବାର ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ସହରରେ ସବୁଆଡେ ପାଣି ଆଉ ପାଣି । ଏତେ ପାଣି ଜମା ହୋଇଥିଲା ଯେ ପାଣି ନିଷ୍କାସନ ହୋଇ ନପାରିବାରୁ ବର୍ଷା ପାଣିରେ ଉବୁଟୁବୁ ହୋଇଛି ପୁରା ସହର ।
My Delhi after getting two hours of rain! Both @AAPDelhi and @BJP4Delhi are responsible for this. pic.twitter.com/FCqfWgtmYz
— Shubham Sharma (@ShubhamSharm11) August 13, 2020
ବିଶେଷ କରି ଆରଟିଓ ରୋଡ୍, ରାୟସିନା ରୋଡ୍, ତିନି ମୂର୍ତି ମାର୍ଗ, ଦ୍ୱାରକା ଅଣ୍ଡରପାସ୍, ମାନେକସା ରୋଡ୍ ଓ ରେଳ ଷ୍ଟେସନ ନିକଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ହିନସ୍ତା ହୋଇଛନ୍ତି ଦିଲ୍ଲୀବାସୀ । ତୁଗଲଗାବାଦ ଅଣ୍ଡରପାସରେ ପାଣି ଏତେ ଜମିଛି ଯେ, ସେଠାରେ ଏକ ବସ୍ ବୁଡି ଯାଇଛି । କେବଳ ଗୋଟିଏ ବସ୍ ନୁହେଁ ଏକାଧିକ ଗାଡି ଫଶି ରହିଛି । ଗାଡିଗୁଡିକୁ ଉଦ୍ଧାର ଦଉଡି ଲଗାଇ ଉଦ୍ଧାର କରାଯାଇଛି ।
ଲଗାଣ ବର୍ଷା ଦିଲ୍ଲୀ ରାସ୍ତା ଉପରେ ସୃଷ୍ଟି ହୋଇଛି ଜଳଶୟର ଭ୍ରମ । ମୁଖ୍ୟ ରାସ୍ତା ଉପରେ ଏତେ ପାଣି ଜମା ହୋଇଛି ଯେ ଯାତାୟତ କରିବା କଷ୍ଟକର ହୋଇପଡିଛି । ଏପରିକି ଯାଉଥିବା ଗାଡିର ଚକା ମଧ୍ୟ ବୁଡି ଯାଇଛି। ଦିଲ୍ଲୀର ବିଭିନ୍ନ ଅଂଚଳରେ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି ।
Comments are closed.