Latest Odisha News

BREAKING NEWS

ପ୍ରବଳବର୍ଷା ଯୋଗୁଁ ବାଲେଶ୍ୱରରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି

ବାଲେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ପରେ ବାଲେଶ୍ଵର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି।

ଗତ ୨୪ ଘଣ୍ଟାରୁ ରାସଗୋବିନ୍ଦପୁର, ମୋରାଡା, ସୁଲିଆପଡା ଏବଂ ଚିତ୍ରାଡା ଉପର ପ୍ରବାହିତ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଜଳକା ନଦୀର ଜଳସ୍ତର ମଥାନିରେ ବିପଦ ସଙ୍କେତ ଅତିକ୍ରମ କରିଛି।

ସକାଳ ୭ଟା ସୁଦ୍ଧା ନଦୀର ଜଳ ସ୍ତର ୬.୮୦ ମିଟର ଥିଲା ଯାହା ବିପଦ ସ୍ତର ୫.୫ ମିଟରରୁ ଉର୍ଦ୍ଧ୍ବ ରେ ରହିଛି ।

ଯଦି ବର୍ଷା ଆଉ ୨୪ଘଣ୍ଟା ଜାରି ରହେ ତେବେ ନଦୀର ବନ୍ୟା ଜଳ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଲକର ଦୁଇଟି ପଞ୍ଚାୟତକୁ ପ୍ରବେଶ କରିବ।

ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.