Latest Odisha News

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ବଲିଉଡ୍ ଟାଲେଣ୍ଟ ଏଜେନ୍ସି କ୍ୱାନର ସିଇଓଙ୍କୁ ଏନସିବି ସମନ୍‌

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଟାଲେଣ୍ଟ ଏଜେନ୍ସି କ୍ୱାନର ସିଇଓ ଧ୍ରୁବ୍ ଚିତଗୋପେକରଙ୍କୁ ସମନ କରିଛି ।

ଏସମ୍ପର୍କରେ ଏନସିବିର ଡେପୁଟି ଡାଇରେକ୍ଟର କେପିଏସ୍ ମଲହୋତ୍ରା ସୂଚନା ଦେଇ କହିଛନ୍ତି ଯେ ତଦନ୍ତରେ ସାମିଲ ହେବା ପାଇଁ ଏନସିବି ସମନ କରିଛି । ଧ୍ରୁବ୍ ଆଜି ପ୍ରାୟ ୨ଟା ସମୟରେ ବମ୍ବେ ପୋର୍ଟ ଟ୍ରଷ୍ଟର ଗେଷ୍ଟ ହାଉସ୍‌ରେ ପହଞ୍ଚିଥିଲେ । ଯେଉଁଠି ଏନସିବି ଅଧିକାରୀ ପଚରାଉଚରା କରୁଛନ୍ତି । ଏହାଛଡା ସୁଶାନ୍ତଙ୍କ ଟାଲେଣ୍ଟ ମ୍ୟାନେଜର ଜୟା ଶାହ ମଧ୍ୟ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି ।

ଆହୁରି ମଧ୍ୟ କ୍ୱାନର କୌଣସି କର୍ମଚାରୀ ଏବଂ ଦିପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶକୁ ସମନ ପଠାଯାଇ ନଥିବା କହିଛନ୍ତି ଶ୍ରୀ ମଲହୋତ୍ରା ।

ହେଲେ ଆମେ ଏହି ସପ୍ତାହରେ କରିସ୍ମା ପ୍ରକାଶଙ୍କୁ ସମନ ପଠାଇପାରୁ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.