Latest Odisha News

BREAKING NEWS

ପୁଣି ବର୍ଷିବ ଜୋର୍, ୧୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ଏ ନେଇ ୧୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜସ୍ଥାନ ଦେଇ ମୌସୁମୀ ବାୟୁ ଭୂଭାଗରୁ ବିଦାୟ ନେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଆସନ୍ତା ୬ରୁ ମୌସୁମୀ ଅପସାରଣ ନେଇ ପାଣିପାଗ ଅନୁକୂଳ ହେବାର ଲାଗିଛି । ଉତ୍ତର ପଟୁ ପବନ ବୋହିବା ଆରମ୍ଭ ହୋଇଥିବା ବେଳେ ବାୟୁମଣ୍ଡଳରେ ଜଳୀୟବାଷ୍ପ ଓ ଜଳକଣା କମିବାରେ ଲାଗିଛି । ଫଳରେ ଆଗାମୀ ଦିନରେ ବର୍ଷା ପରିମାଣ ହ୍ରାସ ପାଇବ ।

ଆସନ୍ତା ୫ତାରିଖରେ ବାୟୁମଣ୍ଡଳର ଉପରସ୍ତରରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବାର ଅଛି । ଗୁରୁଚାପ ବଳୟ ସକ୍ରିୟ ହେବା ପରେ ମୌସୁମୀ ଅପସାରଣ ପାଇଁ ବାଟ ଫିଟିବ ବୋଲି ଜଣାପଡିଛି ।

Leave A Reply

Your email address will not be published.