Latest Odisha News

BREAKING NEWS

ଚୀନ ସୀମା ନିକଟରେ ଭାରତ ପକ୍ଷରୁ ରାସ୍ତା କାର୍ଯ୍ୟ ଆରମ୍ଭ: ହେଲିକପ୍ଟରରେ ମେଶିନ ପହଂଚିଲା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାର ଚୀନ୍ ସୀମା ନିକଟରେ ଭାରତ ପକ୍ଷରୁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି । ହିମାଳୟର ଉଚ୍ଚ ଶୃଙ୍ଘରେ ଟାଣ ପଥର କାଟିବା ପାଇଁ ଭାରୀ ଯନ୍ତ୍ରପାତିକୁ ଏଠାରେ ହେଲିକାପ୍ଟର ସହାୟତାରେ ପହଞ୍ଚାଯାଇଛି । ଭାରତୀ ଚୀନ୍ ସୀମାରେ ଏହି ଷ୍ଟାଟେର୍ଜିକ ରୋଡ୍ ନିର୍ମାଣ ଦ୍ରୁତ ଗତିରେ ଚାଲିଛି  । ୨୦୧୯ରେ ଭାରୀ ଯନ୍ତ୍ରାଶଂ ନେବା ପାଇଁ ଚେଷ୍ଟା କରାଯାଇଥିଲା ମାତ୍ର ଏହା ସମ୍ଭବ ହୋଇ ନଥିଲା । ଏବେ ଏହା ସମ୍ଭବ ହୋଇଛି । ଲାପସା ନିକଟେର ହେଲିକାପ୍ଟର ଏହି ଯନ୍ତ୍ରପାତି ନେଇ ଅବତରଣ କରିଥିଲା ।

ରାସ୍ତା ନିର୍ମାଣ ହୋଇପାରିଲେ ଚୀନ୍ ସୀମାରେ ଥିବା ଶେଷ ଭାରତୀୟ ସେନାର ପୋଷ୍ଟ ସହ ସଂଯୋଗ ସ୍ଥାପନ କରିହେବ । ଯୁଦ୍ଧ ସାମଗ୍ରୀ ମଧ୍ୟ ଏହି ରାସ୍ତାରେ ବହନ କରିହବେ । ଏହା ସହ ସେନା ନିକଟକୁ ଖାଦ୍ୟ ସହ ଅନ୍ୟ ଅତ୍ୟାବଶକୀୟ ସାମଗ୍ରୀ ପଠାଇ ହେବ । ଆସନ୍ତା ୩ ବର୍ଷ ମଧ୍ୟରେ ପର୍ବତର ଏହି ଅଂଶକୁ କାଟି ରାସ୍ତା ନିର୍ମାଣ କରିହେବ ।  ଏଥିପାଇଁ ୩୨୫ କୋଟି ଟଙ୍କାର ବ୍ୟୟ ବରଦା କରାଯାଇଥିଲା ।

Leave A Reply

Your email address will not be published.