Latest Odisha News

BREAKING NEWS

ରାଜ୍ୟରେ ୨ ଗୁଣ ବଢ଼ିଛି ସଂକ୍ରମଣ, ସୁସ୍ଥ ହୋଇଛନ୍ତି ୩ ଗୁଣ: ବାଗଚୀ

ଭୁବନେଶ୍ୱର: ଦିନକୁ ଦିନ କାୟା ମେଲାଉଛି କରୋନା । ସଂକ୍ରମିତ ଦେଶ ତାଲିକାରେ ଭାରତ ପଂଚମ ସ୍ଥାନରେ ପହଂଚିଲାଣି । ଭାରତ ଋଷ ଓ ବ୍ରିଟେନ୍‌କୁ ମଧ୍ୟ ଟପିଗଲାଣି । ତେଣୁ ଆଗକୁ ଆମକୁ ଆହୁରି ସାବଧାନ ରହିବାକୁ ପଡିବ । ଜନବହୁଳତା ଯୋଗୁଁ ସ୍ଥିତି ଆହୁରି ସଂଘାତିକ ହୋଇପାରେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସତର୍କ କରାଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚୀ ।

ଗତ ୨୬ ମେ’ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ୨୬ ମେ’ରୁ ୧୧ ଜୁନ୍ ମଧ୍ୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ଗୁଣ ହୋଇଛି । ତେବେ ଏହି ସମୟ ଅବଧିରେ ରାଜ୍ୟରେ ୩ ଗୁଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ଏକ ଆଶ୍ୱସ୍ତିକର ବିଷୟ ବୋଲି ବାଗଚୀ କହିଛନ୍ତି ।

ଦେଶରେ ଏବଂ ଆମ ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି କରୋନା । ଆଉ ଏହାରି ଭିତରେ ଲୋକେ ସାମାଜିକ ଦୂରତାକୁ ଫୁ କରି ଉଡାଇ ଦେଉଛନ୍ତି । ବଜାରରେ ନାହିଁ ନଥିବା ଲୋକଙ୍କ ଭିଡ ଜମୁଛି । ତେଣୁ ଏଥିପ୍ରତି ଅଧିକ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ବାଗଚୀ ।

Leave A Reply

Your email address will not be published.