Latest Odisha News

BREAKING NEWS

ୟୁଜି ଓ ପିଜିର ବଳକା ପରୀକ୍ଷା ବାତିଲ

ଭୁବନେଶ୍ୱର: ରାଜ୍ୟରେ କୋଭିଡ-୧୯ ନିୟନ୍ତ୍ରଣ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆଜି ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ୟୁଜି ଓ ପିଜି ପାଠ୍ୟକ୍ରମର ଫାଇନାଲ ସେମିଷ୍ଟର ବଳକା ପରୀକ୍ଷା ବାତିଲ କରାଯାଇଛି । ବାକି ଥିବା ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ଆଉ ହେବନି।

ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂରେ ଏନେଇ ଆଲୋଚନା କରିଛନ୍ତି । ୟୁଜିସି ପ୍ରସ୍ତାବ ଅନୁସାରେ ବିକଳ୍ପ ମୂଲ୍ୟାୟନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଅଗଷ୍ଟ ମାସ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ।

ଯେଉଁ ବିଶ୍ୱବିଦ୍ୟାଳୟ ବା ସ୍ୱଂୟଶାସିତ କଲେଜରେ ୟୁଜି ଓ ପିଜିର ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ହୋଇସାରିଛି ସେହି ପରୀକ୍ଷା ପାଇଁ ଏହି ନିଷ୍ପତ୍ତି ଲାଗୁ ହେବ ନାହିଁ । ଯେଉଁ ଶେଷ ସେମିଷ୍ଟାର କିମ୍ବା ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଗୋଟିଏ କିମ୍ବା ଦୁଇଟି ବ୍ୟାକ୍ ପେପର ଥିବ ତାଙ୍କ ପାଇଁ ସେହି ବ୍ୟାକ୍ ପେପର୍ ପରୀକ୍ଷା ବାତିଲ କରାଯିବ । ତେବେ ମେଡିକାଲ ପାଠ୍ୟକ୍ରମର ସମସ୍ତ ପାରୀକ୍ଷା ଧାର୍ଯ୍ୟ ତାରିଖରେ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.