Latest Odisha News

BREAKING NEWS

କଟକ ଓ ଭୁବନେଶ୍ୱରରେ ନୂଆ ଅନଲାଇନ କ୍ୟାବ୍ ସଂସ୍ଥା‘ହେଲୋ କ୍ୟାବ୍’

ଭୁବନେଶ୍ୱର : ଓଲା ଓ ଉବେର ପରେ ‘ହେଲୋ କ୍ୟାବ୍’ ନାମରେ ଏକ ନୂଆ ଅନଲାଇନ କ୍ୟାବ୍ ସଂସ୍ଥା ଗୁରୁବାର ଓଡ଼ିଶାରେ ତାର ସେବା ଆରମ୍ଭ କରିଛି ।

ପ୍ରଥମ ପର୍ଯ୍ୟାୟରେ ଏହି ସଂସ୍ଥା କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀ ରେ ତାର ସେବା ଆରମ୍ଭ କରିଛି । କମ୍ପାନୀ ପକ୍ଷରୁ ଏହାର ୱେବସାଇଟ www.hellocab.co.in ମଧ୍ୟ ଲଞ୍ଚ କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ‘ହେଲୋ କ୍ୟାବ୍’ର ମ୍ୟାନେଜିଙ୍ଗ ଡାଇରେକ୍ଟର ତୃପ୍ତି ରଞ୍ଜନ ଦାସ କହିଛନ୍ତି, ଏହି ସଂସ୍ଥା ଆଗାମୀ ଦିନ ମାନଙ୍କରେ ସମଗ୍ର ରାଜ୍ୟରେ ତା’ର ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି।

ତେବେ ସବୁ ବର୍ଗର ଲୋକଙ୍କୁ ସେବା ଯୋଗାଇ ଦେଉଥିବା ଏହି ସଂସ୍ଥା ଆଗକୁ ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି କ୍ୟାବ୍ ରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରିବାକୁ ଯାଉଥିବା ମଧ୍ୟ ସେ କହିଛନ୍ତି ।

Leave A Reply

Your email address will not be published.