Latest Odisha News

BREAKING NEWS

ଭାରତୀୟ ଯୁବପ୍ରତିନିଧି ଦଳରେ ସାମିଲ୍ ସୋଆ ଛାତ୍ରଙ୍କ ଚାଇନା ଗସ୍ତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ଛାତ୍ର ଆକାଶ ତିୱାରୀ ଭାରତୀୟ ଯୁବ ପ୍ରତିନିଧିଙ୍କ ସହ ଚାଇନା ଗସ୍ତରେ ଯାଇଛନ୍ତି ।

କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ଗସ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ପ୍ରତିନିଧି ଦଳ ଚାଇନାର ବିଭିନ୍ନ ସ୍ଥାନ ଭ୍ରମଣ କରି ଜୁଲାଇ ୯ ତାରିଖରେ ଫେରିବେ ।

ଦୁଇଟି ଦେଶ ମଧ୍ୟରେ ସମ୍ପର୍କକୁ ଆଲୋଚନା ମାଧ୍ୟମରେ ସୁଦୃଢ଼ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆକାଶଙ୍କ ସହିତ ଓଡ଼ିଶାରୁ ଆଉ ଦୁଇ ଜଣ ଛାତ୍ର ଏହି ଟିମରେ ସାମିଲ୍ ରହିଛନ୍ତି ।

ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଚତୁର୍ଥ ବର୍ଷର ଛାତ୍ର ଆକାଶ ସୋଆର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜାଗୋର ଭଲ୍ୟୁଣ୍ଟର ଅଛନ୍ତି । ସୋଆ କ୍ୟାମ୍ପସ୍ ନିକଟବର୍ତ୍ତୀ ବସ୍ତି ଅଞ୍ଚଳ ଗୁଡ଼ିକର ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ାଇବା ସହ ଅନ୍ୟାନ୍ୟ କାର୍ଯ୍ୟକଳାପରେ ନିୟୋଜିତ କରାଇବା ନେଇ ଜାଗୋ ତା’ର ପ୍ରଚେଷ୍ଟା ଜାରି ରଖିଛି । ସେ ସୋଆ ଏନଏସଏସର ମଧ୍ୟ ଭଲ୍ୟୁଣ୍ଟର ଅଛନ୍ତି ।

Leave A Reply

Your email address will not be published.