Latest Odisha News

ବାଇକ ପଛରେ ବସିଥିବା ଲୋକଙ୍କ ପାଇଁ ମଧ୍ୟ ହେଲ୍‌ମେଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଏଣିକି ବାଇକ୍‌ ଚାଳକ ଓ ପଛ ସିଟରେ ବସିଥିବା ଲୋକଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ । ନିଯମ ନ ମାନିଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ବିପଦ ଓ ଜରିମାନାକୁ ଏଡ଼ାଇବା ଲାଗି ସତର୍କ ହେବାକୁ ପରାମର୍ଶ । ସରକାରଙ୍କ ଏହି ନିୟମ ଦୁର୍ଘଟଣାକୁ କିଛିମାତ୍ରାରେ ରୋକାଯାଇ ପାରିବ ବୋଲି ଆଶା ରହିଛି ।

ପୂର୍ବରୁ  ମଧ୍ୟ ଏହି ନିୟମ ଲାଗୁ କରାଯାଇ ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଥିଲା । କରୋନା ଯୋଗୁଁ ଗତ କିଛି ମାସ ହେଲା ଚେକିଂ ବନ୍ଦ ରହିଥିଲା । ପୁଣି ଥରେ ନିୟମକୁ କଡାକଡି କରାାଇଛି ।

Comments are closed.