Latest Odisha News

BREAKING NEWS

ଆସ୍ଥା ଭୋଟ୍ ଜିତିଲେ ଚମ୍ପେଇ ସରକାର, ୪୭ ଖଣ୍ଡ ଭୋଟରେ ଜିତିଲେ ଚମ୍ପେଇ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ଚମ୍ପେଇ ସରକାର । ବହୁମତ ପ୍ରମାଣିତ କଲେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍‌ । ୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କରିଛନ୍ତି ଚମ୍ପେଇ । ସେପଟେ ଜେଲରୁ ଆସି ଆସ୍ଥା ଭୋଟରେ ସାମିଲ୍ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ।

ସୂଚନାଯୋଗ୍ୟ ଯେ, ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ହେମନ୍ତ ସୋରେନଙ୍କୁ ଜାନୁଆରୀ ୩୧ ରେ ଗିରଫ କରାଯାଇଥିଲା । ଏହିପୂର୍ବରୁ ଇଡି ହେପାଜତରେ ଥିବାବେଳେ ସୋରେନ ରାଜ ଭବନ ଯାଇ ରାଜ୍ୟପାଳଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ । ଏହାପରେ ଫେବୃଆରୀ ୨ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଚମ୍ପେଇ।

କିନ୍ତୁ ଚମ୍ପେଇଙ୍କୁ ପୂର୍ଣ୍ଣ ବହୁମତର ସାବ୍ୟସ୍ତ କରିବାକୁ ପଡିଥିଲା। ଏଥିପାଇଁ ଦୁଇ ଦିନିଆ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇଥିଲା । ୮୧ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାର ସଂଖ୍ୟାଗରିଷ୍ଠତା ପାଇଁ ଚମ୍ପେଇଙ୍କୁ ୪୧ଟି ଭୋଟ୍ ଆବଶ୍ୟକ ଥିଲା । ଚମ୍ପାଇଙ୍କ ସମର୍ଥନରେ ୪୭ ଖଣ୍ଡ ଭୋଟ ପଡିଥିବା ବେଳେ ବିପକ୍ଷ ଦଳରେ ମାତ୍ର ୨୯ଖଣ୍ଡ ଭୋଟ ପଡିଛି । । ତାଙ୍କ ସରକାରକୁ ଅସ୍ଥିର କରିବାକୁ ପ୍ରୟାସ କରାଯାଉଛି ବୋଲି ବିଧାନସଭାରେ କହିଛନ୍ତି ଚମ୍ପାଇ ସୋରେନ ।

Leave A Reply

Your email address will not be published.