Latest Odisha News

BREAKING NEWS

ଗୁମର ଖୋଲିଲେ ଥରୁର, କହିଲେ ରାମ ମନ୍ଦିର ପ୍ରତିଷ୍ଠା ବେଳେ କାହିଁକି କଂଗ୍ରେସ ହୋଇନଥିଲା ସାମିଲ୍ 

ନୂଆଦିଲ୍ଲୀ:ବଡ଼ ଧୂମଧାମରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଲା। ଦେଶର ବଡ଼ ବଡ଼ ତାରକା ତଥା ଅନେକ ଲୋକ ଏଥିରେ ଯୋଗଦାନ କଲେ। କିନ୍ତୁ ଏହି ଉତ୍ସବରେ ସାମିଲ୍ ହୋଇନଥିଲା କଂଗ୍ରେସ ଦଳ। ଯାହାକୁ ନେଇ ଏହାର କାରଣ କଣ ଥିଲା ଏବେ ସେ ଗୁମର ଖୋଲିଛନ୍ତି ଦଳର ବରିଷ୍ଠ ନେତା ଶଶି ଥରୁର। କଂଗ୍ରେସ ନେତା ଶଶି ଥରୁର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଦଳର ବରିଷ୍ଠ ନେତୃତ୍ୱଙ୍କ ଅଂଶଗ୍ରହଣ ନକରିବା ଉପରେ ମନ୍ତବ୍ୟ ଦେଇଛନ୍ତି। ଥରୁର କହିଛନ୍ତି ଯେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ଏହାର ଅର୍ଥ ନୁହେଁ ଯେ ସେ ପ୍ରଭୁ ରାମଙ୍କୁ ଭାଜପା ପାଇଁ ଛାଡିଛନ୍ତି। ପିଲାଟି ଦିନରୁ ସେ ପ୍ରଭୁ ରାମଚନ୍ଦ୍ରଙ୍କୁ ପୂଜା କରି ଆସୁଛନ୍ତି। ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରିଆସୁଛନ୍ତି। କିନ୍ତୁ ସେ ତାଙ୍କ ରାମଙ୍କୁ ଭାଜପାକୁ ଉତ୍ସର୍ଗ କରିବେ ନାହିଁ ବୋଲି ମତ ବାଢ଼ିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଭାବୁ ନାହିଁ ଯେ ରାମ କିମ୍ବା ଅନ୍ୟ ଦେବତାମାନଙ୍କ ଉପରେ ଭାଜପାର କପିରାଇଟ୍ ଅଛି।’

ଜାନୁୟାରୀ ୨୨ ତାରିଖରେ ଆଯ୍ୟୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା ପ୍ରଭୁ ରାମ ଲାଲାଙ୍କର। ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ ଏବଂ ଅଧୀର ରଞ୍ଜନ ଚୌଧୁରୀ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଘୋଷଣା କରିଥିଲେ କି ସେମାନେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ, କାରଣ ଏହା ଆରଏସଏସ ଏବଂ ଭାଜପାର କାର୍ଯ୍ୟକ୍ରମ। ଅଯୋଧ୍ୟାର ରାମ ମନ୍ଦିର ଯିବା ପାଇଁ ସମୟ ସେ ନିଜେ ସ୍ଥିର କରିବେ। ଏହାର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ, କାରଣ ମୁଁ ପ୍ରାର୍ଥନା କରିବା ପାଇଁ ମନ୍ଦିର ଯାଇଥାଏ, ରାଜନୀତି ପାଇଁ ନୁହେଁ।

ଜାନୁୟାରୀ ୨୨ ରେ ଯେତେବେଳେ ସାରା ରାମପ୍ରେମୀ ଏହି ଉତ୍ସବରେ ସାମିଲ ହୋଇଥିଲେ ସେତେବଳେ ରାଜନୈତିକ ଚିତ୍ର କିଛି ଭିନ୍ନ ଥିଲା। ଗୋଟେ ପଟେ ଏହାକୁ ବିରୋଧ କରି କଂଗ୍ରେସ ନେତାମାନେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ। ଉତ୍ତର ପ୍ରଦେଶର ରାଜରାସ୍ତାରେ ଦେଖିବାକୁ ମିଳିଥିଲା ବିରୋଧ। ଯେତେ ବେଳେ ଏହାକୁ ନେଇ ପ୍ରଶ୍ନ କରାଯାଇଥିଲା ବିଜେପି ନେତାମାନଙ୍କୁ ସେମାନେ ଏହାକୁ ବିଜେପିର ବିରୋଧି ନୁହେଁ ବରଂ ରାମ ବିରୋଧି ବୋଲି କହି ବିରୋଧି ଦଳକୁ କଟାକ୍ଷ କରିଥିଲେ। ତେବେ ବର୍ତ୍ତମାନ ଶଶି ଥରୁରଙ୍କ ଏପରି ବୟାନ ପ୍ରଭୁ ଶ୍ରୀରାମଙ୍କୁ ଭାଜପାର କହିବା ଚର୍ଚ୍ଚାକୁ ବଢାଇ ଦେଇଛି।

Leave A Reply

Your email address will not be published.