Latest Odisha News

BREAKING NEWS

ଫ୍ୟାଟି ଲିଭର ସମସ୍ୟା ଥିଲେ ଏହି ଉପାୟ କରନ୍ତୁ !

ଓଡିଶା ସମ୍ବାଦ ବ୍ୟୁରୋ: ଫ୍ୟାଟି ଲିଭର ଅର୍ଥାତ୍ ଆପଣଙ୍କ ଯକୃତର ଚତୁଃପାର୍ଶ୍ୱରେ ଆବଶ୍ୟକଠାରୁ ଅଧିକ ମାତ୍ରାରେ ଫ୍ୟାଟ୍ ଜମା ହୋଇଯିବା। ଅଧିକାଂଶ କ୍ଷେତ୍ରରେ ଫ୍ୟାଟି ଲିଭରର କୌଣସି ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ଫ୍ୟାଟି ଲିଭର୍ ସମସ୍ୟା ଥିଲେ ସୁସ୍ଥ ଖାଦ୍ୟ ଖାଇବା ଜରୁରୀ। ଆପଣ ଏପରି ଖାଦ୍ୟ ଖାଆନ୍ତୁ ଯାହା ଲିଭରକୁ ସୁସ୍ଥ ରଖିବ। ଆସନ୍ତୁ ଜାଣିବା ସେହି ଖାଦ୍ୟଗୁଡିକ ସମ୍ପର୍କରେ।

କଫି ଖାଇବା ଦ୍ୱାରା ଯକୃତରେ ଗଚ୍ଛିତ ଚର୍ବି କମିଯାଏ। ତେଣୁ ଏହାକୁ ସନ୍ତୁଳିତ ପରିମାଣରେ ସେବନ କରିପାରନ୍ତି। ଧ୍ୟାନ ରଖିବା ଉଚିତ କଫିନ୍ ପରିମାଣ ଅଧିକ ହେବା ଉଚିତ୍ ନୁହେଁ। କାରଣ କଫିନ୍ ଅତ୍ୟଧିକ ସେବନ କଲେ ଶରୀରର ଅନ୍ୟାନ୍ୟ ସମସ୍ୟା ଆରମ୍ଭ ହୁଏ।

ପତ୍ରଯୁକ୍ତ ପନିପରିବା ମଧ୍ୟ ଏହି ସ୍ଥିତିରେ ବହୁତ ଲାଭ ଦେଇଥାଏ। ବିଶେଷକରି ବ୍ରୋକୋଲି ଖାଇବା ଦ୍ୱାରା ଫ୍ୟାଟି ଲିଭରରେ ବହୁତ ଆରାମ ମିଳିଥାଏ। ପତ୍ରଯୁକ୍ତ ପନିପରିବା ଶରୀରର ଚର୍ବିକୁ ହ୍ରାସ କରିଥାଏ। ଏଥିପାଇଁ ଆପଣ ଫୁଲକୋବି, ସବୁଜ ପିଆଜ, ଗାଜର, କଖାରୁ, ଶାଗ, ବିଲାତି ଆଦି ଖାଇପାରିବେ।

ଯକୃତର ଚର୍ବି କମାଇବା ପାଇଁ ରସୁଣ ମଧ୍ୟ ବ୍ୟବହାର କରାଯାଇପାରେ। ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ଫ୍ୟାଟି ଲିଭରକୁ ଉପକାର କରିଥାଏ।

ଅଖରୋଟରେ ଓମେଗା 3 ଫ୍ୟାଟି ଏସିଡ୍ ରହିଛି। ଏହା ବିଶେଷ କରି ଯକୃତ ପାଇଁ ଲାଭଦାୟକ ଅଟେ। ଫ୍ୟାଟି ଲିଭର ସମସ୍ୟା ଥିଲେ ମଦ୍ୟପାନ କରନ୍ତୁ ନାହିଁ।

Comments are closed.