Latest Odisha News

BREAKING NEWS

ନୂଆରୂପରେ ବଜାଜ ଚେତକ; ଜାଣନ୍ତୁ କେବେ ହେବ ଲଞ୍ଚ…

ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ସ୍କୁଟର ନିର୍ମାତା କମ୍ପାନୀ ବଜାଜା ଅଟୋ ଦେଶରେ ନିଜର ଲୋକପ୍ରିୟ ବ୍ରାଣ୍ଡ ‘ବଜାଜ ଚେତକ’କୁ ଇଲେକ୍ଟ୍ରିକ ରୂପରେ ବଜାରକୁ ଆଣିବ |

ଆଗାମୀ ଜାନୁଆରୀ ମାସରେ ଏହାକୁ ଗ୍ରାହକଙ୍କ ପାଇଁ ବିକ୍ରି କରିବ | ଏହା ପୂର୍ବରୁ କମ୍ପାନୀ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଜାରୀ କରିଛି | ଯେଉଁଥିରେ କୁହାଯାଇଛି ଯେ ଏହି ସ୍କୁଟର ରେ କମ୍ପାନୀ ଲାଇଭ ମୋବାଇଲ ଟ୍ରାକିଂ ସୁବିଧା ଦେବ | ଯେଉଁଥିରେ ଏହି ସ୍କୁଟରକୁ ନିଜ ସ୍ମାର୍ଟଫୋନରେ ଟ୍ରାକ କରିପାରିବେ |

ଏହି ନୂଆ ବଜାଜ ଚେତକ ଇଲେକ୍ଟ୍ରିକ ସ୍କୁଟର କୁ କମ୍ପାନୀ ପ୍ରିମିୟମ ସ୍କୁଟର ବଜାରରେ ଆଣିବ | ଏହି କାରଣ ଯେ ଏଥିରେ ବହୁତ କିଛି ଆଧୁନିକ ଫିଚର୍ସ ଦିଆଯାଇଛି | ଏହି ସ୍କୁଟର ରେ ରିଭର୍ସ ଡ୍ରାଇଭିଂ ଫିଚର୍ସ ଦିଆଯାଇଛି ଯେଉଁଥିରେ ସ୍କୁଟର କୁ ପଛୁଆ ଡ୍ରାଇଭିଂ କରାଯାଇପାରିବ | ଯାହା ପାର୍କିଂ ବହୁତ ସୁବିଧା ହେବ | ଏହି ସ୍କୁଟର ରେ କନେକ୍ଟିଭିଟି ସୁବିଧା ଦିଆଯାଇଛି ଯେଉଁଥିରେ ସ୍କୁଟର ମୋବାଇଲ ସହ କନେକ୍ଟ ହୋଇରହିବ |

ବଜାଜ ଚେତକ ଇଲେକ୍ଟ୍ରିକ ସ୍କୁଟର ରେ କମ୍ପାନୀ ଆଇପି-୬୭ ରେଟେଡ଼ ଲିଥିୟମ ଆଓନ ବ୍ୟାଟେରୀ ପ୍ରୟୋଗ କରାଯାଇଛି | ଏହା ଛଡା ଏଥିରେ ସ୍ୱିଗଆର୍ମ ମାଉଁଟେଡ଼ ମୋଟର ଵ୍ୟଵହାର କରାଯାଇଛି | ଏହି ସ୍କୁଟର ରେ କମ୍ପାନୀ ଦୁଇ ଅଲଗା ଅଲଗା ମୋଡ଼ ଦିଆଯାଇଛି, ଯେଉଁଥିରେ ଇକୋ ଓ ସ୍ପୋର୍ଟ ମୋଡ଼ ସମିଲି ଅଛି | ଏହା ୮୫ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେବ |

ଚେତକ ଏହି ନୂଆ ଇଲେକ୍ଟ୍ରିକ ସ୍କୁଟର କମ୍ପାନୀ ପ୍ରଥମେ ପୁନେ ଲଞ୍ଚ କରିବ | ଏହାପରେ ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ, ଚେନାଇ ଓ ହାଇଦ୍ରାବାଦ ଆଦି ସହରରେ ଏହାକୁ ବିକ୍ରି ପାଇଁ ଲଞ୍ଚ କରିବ | ଏହାକୁ କମ୍ପାନୀ ୩ ବର୍ଷ / ୫୦,୦୦୦ କିଲୋମିଟର ର ୱାରେଣ୍ଟି ବି ଦେବ | ଏହା ହେଉଛି ଦେଶର ପ୍ରଥମ ସ୍କୁଟର ଯାହା କେବଳ ମହିଳା ମାନଙ୍କ ଦ୍ୱାରା ନିର୍ମାଣ କରାଯାଇଛି | ଏହି ସ୍କୁଟର ର ଆସେମ୍ବଲି ଲାଇନ କେବଳ ମହିଳା ତିଆରି କରୁଛନ୍ତି|

ଏହାକୁ କମ୍ପାନୀ ମହାରାଷ୍ଟ୍ରର ଚାକନ ପ୍ଲାଣ୍ଟ ରେ ତିଆରି କରୁଛି | ଏହା ଉପଭୋକ୍ତାଙ୍କ ପାଖରେ ଏହି ନୂଆ ରୂପରେ ପୁଣି ଥରେ ଲୋକପ୍ରିୟ ହୋଇପାରିବ ବୋଲି ଆଶା କରାଯାଉଛି |

Leave A Reply

Your email address will not be published.