Latest Odisha News

BREAKING NEWS

ଏହି ତାରିଖରୁ ହିରୋ Xpulse 210 ଓ Xtreme 250Rର ବୁକିଂ ହେବ ଆରମ୍ଭ…

ଭୁବନେଶ୍ବର: ହିରୋ ମୋଟୋକର୍ପର XPulse 210 ଏବଂ Xtreme 250R ବୁକିଂ ଆସନ୍ତା ମାର୍ଚ୍ଚ ୨୦ରୁ ଆରମ୍ଭ ହେବ। ଭାରତ ମୋବିଲିଟି ଏକ୍ସପୋ ୨୦୨୫ରେ ଉଭୟ ବାଇକ୍ ଲଞ୍ଚ କରାଯାଇଥିଲା। ଏହି ଉଭୟ ବାଇକ୍‌ର ଡେଲିଭରି ମଧ୍ୟ ଚଳିତ ମାସ ଶେଷ ସୁଦ୍ଧା ଆରମ୍ଭ ହେବ ।

କମ୍ପାନୀ Hero Xpulse 210 ବାଇକ୍‌କୁ ପ୍ରାରମ୍ଭିକ ମୂଲ୍ୟ ₹୧.୭୫ (ଏକ୍ସଶୋରୁମ)ରେ ଲଞ୍ଚ କରାଯାଇଛି, ଯାହାକି Hero Xpulse 200 4V ବାଇକ୍‌ଠାରୁ ପ୍ରାୟ ୨୪,୦୦୦ଟଙ୍କା ଅଧିକ । ଏହି ଆଡଭେଞ୍ଚର ବାଇକ୍‌କୁ କମ୍ପାନୀ ଦୁଇଟି ଭାରିଏଣ୍ଟରେ ଲଞ୍ଚ କରିଛି । ଏହାର ଟପ୍‌-ସ୍ପେକ୍‌ ମଡେଲ ଦାମ ₹୧.୮୬ଲକ୍ଷ (ଏକ୍ସଶୋରୁମ) ରହିଛି । ଅନ୍ୟପଟେ Hero Xtreme 250R ବାଇକ୍‌ର ଦାମ ୧.୭୯ଲକ୍ଷ ଟଙ୍କା (ଏକ୍ସଶୋରୁମ) ରଖାଯାଇଛି ।

Hero Xpulse 210 ବାଇକ୍‌ରେ 210cc ଲିକ୍ବିଡ୍‌-କୁଲ୍ଡ ଇଞ୍ଜିନର ବ୍ୟବହାର କରାଯାଇଛି, ଯାହାକି 6-ସ୍ପିଡ୍‌ ଗିଅରବକ୍ସ ରହିଛି । ଏଥିରେ ଆସିଷ୍ଟ ଓ ସ୍ଲିପର କ୍ଲଚ୍‌ ମଧ୍ୟ ମିଳିଥାଏ । ଏହି ଇଞ୍ଜିନ 24.6ବିଏଚପିରୁ ଅଧିକ ପାୱାର ଓ 20.7ଏନଏମଠାରୁ ଅଧିକ ଟର୍କ ଉତ୍ପନ୍ନ ହୁଏ । ଏହି ବାଇକ୍‌ଟି Hero Xpulse 200 4V ତୁଳନାରେ ଅଧିକ ପାୱାର ପ୍ରଦାନ କରେ ।

Hero Xtreme 250R ବାଇକ ରେ 250cc, ଲିକ୍ବିଡ୍‌-କୁଲ୍ଡ, ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଲଗାଯାଇଛି ଯାହାକି 29.58ବିଏଚପି ସର୍ବାଧିକ ପାୱାର ଓ 25ଏନଏମରୁ ଅଧିକ ଟର୍କ ଉତ୍ପନ୍ନ କରିଥାଏ ।

ଉଭୟ ହିରୋ Xpulse 210 ଏବଂ Xtreme 250R କମ୍ପାନୀର ହିରୋ ପ୍ରେମିଆ ଷ୍ଟୋର ମାଧ୍ୟମରେ ବିକ୍ରି ହେବ ।

 

Comments are closed.