Latest Odisha News

BREAKING NEWS

ହାଇଟେକ ଦୁର୍ଘଟଣା: ରବିବାର ଡିଏନଏ ଟେଷ୍ଟ ପରେ ସ୍ପଷ୍ଟ ହେବ ଜ୍ୟୋତି ଓ ଦିଲୀପ ମଧ୍ୟରେ ଦ୍ବନ୍ଦ୍ବ

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜ ଦୁର୍ଘଟଣାରେ ଦିଲୀପ ଏବଂ ଜ୍ୟୋତି ମଧ୍ୟରେ ଥିବା ଦ୍ବନ୍ଦକୁ ଦୂୂର କରିବାକୁ ରବିବାର ହେବ ଡିଏନଏ ପରୀକ୍ଷା। ଉଭୟ ମୃତ୍ୟୁ ବରଣ କରିସାରିଛନ୍ତି କିନ୍ତୁ ଶରୀରର ଅନେକ ଅଂଶ ପୋଡ଼ି ହୋଇଯାଇଥିବାରୁ ଶବ ଚିହ୍ନଟ କରିବା କାଠିକର ହୋଇପଡ଼ିଛି। ତେଣୁ ଶନିବାର ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ଦାବି କରୁଥିବା ବ୍ୟକ୍ତିଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହେବ ବୋଲି ଜଣାପଡ଼ିଛି।

ନିଜକୁ ଦିଲୀପ ସାମନ୍ତରାୟ ବୋଲି ଦାବି କରୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ହେଲେ ଏହାପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଜ୍ୟୋତି ବୋଲି ଦାବି କରୁଥିବାରୁ ଏହାକୁ ନେଇ ଦ୍ବନ୍ଦ୍ବ ରହିଛି। ତେଣୁ ଏହି ଦ୍ବଦ୍ବ ଦୂର କରିବାକୁ  ଆସନ୍ତାକାଲି ଏହି ମୃତ ବ୍ୟକ୍ତିର ଡିଏନଏ ନମୁନା ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।

ପୋଲିସର ତଦନ୍ତ ଯଦିଓ ଏହି ମାମଲାର ସ୍ପଷ୍ଟ ହୋଇନାହିଁ କିନ୍ତୁ ହସ୍ପିଟାଲ ଉପରକୁ ଅଙ୍ଗୁଳି ଉଠିଛି। କାରଣ ଗତକାଲି ଦିଲ୍ଲୀପ ଭେଣ୍ଟିଲେଟରରୁ ବାହାରିଥିଲେ। ଆଉ ସେ ବିପଦମୁକ୍ତ ଥିଲେ ବୋଲି କୁହାଯାଉଥିଲା। କିନ୍ତୁ ବିଳମ୍ବିତ ରାତିରେ ତାଙ୍କ ମା କୁଆଡେ କଥା ହୋଇଥିଲେ ଏବଂ ଦିଲୀପ ମଧ୍ୟ ତାଙ୍କ ମାଙ୍କୁ ଚିହ୍ନିଥିଲେ ବୋଲି ଜଣାପଡିଛି।

ଅଳ୍ପ ଦୂରରୁ ଏହି ଦେଖାସାକ୍ଷାତ ହେବାର କିଛି ଘଂଟା ପରେ ହଠାତ ଦିଲୀପ ଅସୁସ୍ଥ ହୋଇପଡ଼ିବା ଏବଂ ପରେ ଆଖିବୁଜିବା ହସ୍ପିଟାଲ ଉପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ଅଡୁଆରେ ପଡିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଦିଲୀପଙ୍କ ମାଙ୍କର ସ୍ବାସ୍ଥ୍ୟର ଯତ୍ନ ନେବ ବୋଲି କହିଛି।

ଦିଲୀପ ସାମନ୍ତରାୟଙ୍କ ମୃତ୍ୟୁ ଖବର ପାଇ ତାଙ୍କ ମା’ ଶୋକାକୁଳ ହୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଡାକ୍ତରମାନେ ପ୍ରଥମେ ତାଙ୍କୁ ମୃତଦେହ ଦେଖାଇନଥିଲେ ଏବଂ ଆଉ ଏକ ଭିନ୍ନ ମୃତଦେହ ହସ୍ପାନ୍ତର କରିଥିଲେ। ଯାହା ଘୋଡ଼ାଇ ହୋଇଥିଲା। ଏହାରି ଭିତରେ ଅନ୍ତିମ ସଂସ୍କାର କରୁଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଣି କହିଛନ୍ତି ଯେ ଦିଲୀପ ଜୀବିତ ଅଛନ୍ତି। ଏହାପରେ ଆମେ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କୁ ଅନୁରୋଧ କରିଥିଲୁ ଯେ ସେ ତାଙ୍କ ପୁଅକୁ ଭେଟିବାକୁ ଅନୁମତି ଦିଅନ୍ତୁ। ସେ ଯେତେବେଳେ ଦିଲୀପଙ୍କୁ ତାଙ୍କ ନାମରେ ଡାକିଲେ, ସେ ମୁଣ୍ଡ ହଲାଇ ଜବାବ ଦେଇଥିଲେ ବୋଲି ଦିଲ୍ଲୀପଙ୍କ ମା’ କହିଛନ୍ତି।

ତେବେ ଅପରାହ୍ନ ୨ଟାରେ ଡାକ୍ତର ମାନେ ଦିଲୀପଙ୍କ ହାର୍ଟ କାମ କରୁନଥିବା କହିଥିଲେ। ଘଣ୍ଟାଏ ପରେ ସେମାନେ ପୁଣି ଖବର ଦେଇଥିଲେ ଯେ ଦିଲ୍ଲୀପ ଆଉ ନାହାନ୍ତି। ତା’ପରେ ପୁଅର ମୃତ୍ୟୁ ବିଷୟରେ ପରିବାରର ସମସ୍ତ ସଦସ୍ୟଙ୍କୁ ଫୋନ୍ କରିଥିଲେ ବୋଲି ଦିଲ୍ଲୀପଙ୍କ ମା କହିଛନ୍ତି।

ଏହା ପୂର୍ବରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଭୁଲବଶତଃ ପୁଅର ମୃତ୍ୟୁ ଘୋଷଣା କରିବା ପରେ ବୋହୂ ଆତ୍ମହତ୍ୟା କରିଥିଲା। ତେବେ ଦିଲୀପ ଜୀବିତ ଥିବା ଆମେ ଯେତେବେଳେ ପୁଣି ଜାଣିବାକୁ ପାଇଲୁ, ଏହା ଆମକୁ କିଛି ଆଶା ଦେଇଥିଲା। କିନ୍ତୁ ଆମର ଆଶା ପୁଣି ଭାଙ୍ଗିଗଲା। ହସ୍ପିଟାଲ କର୍ତ୍ତୃପକ୍ଷ ମୋ ପୁଅକୁ ହତ୍ୟା କରିବା ସହ ମୋତେ ବହୁତ ଯନ୍ତ୍ରଣା ଦେଇଛନ୍ତି ବୋଲି ଶୋକସନ୍ତପ୍ତ ମା’ କହିଛନ୍ତି।

ଏସି ମରାମତି କରିବାକୁ ଆସି ହୋଇଥିବା ଏହି ଦୁର୍ଘଟଣାରେ ମୋଟ୍ ତିନି ଜଣଙ୍କର ଏଯାବତ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଏବେ ବି ଚିକିତ୍ସାଧୀନ ରହିଛନ୍ତି।

Leave A Reply

Your email address will not be published.