Latest Odisha News

BREAKING NEWS

କୋଟିଏ ଟଙ୍କାର ଠକେଇ ଅଭିଯୋଗରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ବାନ୍ଧିଲା EOW

ଭୁବନେଶ୍ଵର: କୋଟିଏ ଟଙ୍କାର ଠକେଇ ଅଭିଯୋଗରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ବାନ୍ଧିଲା EOW । ଇଭୋସ ବିଲଡର କଂପାନୀଠାରୁ ଏକ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ସୁଜିତ ଧଳଙ୍କ ବାନ୍ଧିଛି ଅର୍ଥନୈତିକ ଅପରାଧ ଶାଖା ।

ସାମ୍ବାଦିକ ସୁଜିତ ଧଳ ବିଲଡର କଳିଙ୍ଗ କେଶରୀ ରଥଙ୍କୁ ବିଡିଏର ଆପ୍ରୁଭାଲ ପାଇଁ କୋଟିଏ ଟଙ୍କା ସହ ଦୁଇଟି ଦାମୀ ଗାଡି ନେଇଥିଲେ। ହେଲେ ବହୁ ମାସ ବିତିଯାଇଥିଲେ ମଧ୍ୟ ସୁରଜିତ ତାଙ୍କ କାମ କରାଇଦେଇ ନ ଥିଲେ। ଫଳରେ କଂପାନୀ ତରଫରୁ ତାଙ୍କ ଟଙ୍କା ଏବଂ କାର ଦୁଇଟି ଫେରାଇ ଦେବାକୁ କୁହାଯାଇଥିଲା। ସେ ବହୁ ବୁଲାଇବା ପରେ କାର ଦୁଇଟି ଫେରାଇ ଦେଇଥିଲେ। ହେଲେ ଟଙ୍କା ଫେରାଇବାକୁ ଧରାଛୁଆଁ ଦେଇ ନ ଥିଲେ। ଏହାପରେ ଇଭୋସ କଂପାନୀର ମାଲିକ କଳିଙ୍ଗ କୁମାର ରଥ ତାଙ୍କ ବିରୋଧରେ ଇଓଡବ୍ଲୁରେ ମାମାଲ ଋଜୁ କଲେ। ଇଓଡବ୍ଲୁର ଏକ ଟିମ ଘଟଣା ସଂପର୍କରେ ତଦନ୍ତ କରିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ ଯେ, ସାମ୍ବାଦିକ ସୁଜିତ ଧଳ ଓ୍ୱେବ୍ ପୋର୍ଟାଲ‘ରିପୋଟର୍ସ ଟୁଡେ’ ଓ ଖବର କାଗଜ ‘ମହାଭାରତ’ର ମାଲିକ ।

 

 

Comments are closed.