Latest Odisha News

ଜାନୁଆରୀ ମାସ ଛୁଟି ଦିନରେ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ବର: ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଚଳିତ ମାସ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ବୁଲିପାରିବେ ସାଧାରଣ ଲୋକ । ଆସନ୍ତାକାଲି ଠାରୁ ଲୋକସେବା ଭବନ ଉଦ୍ୟାନ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ। ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରି ମାସର ରବିବାର ସମେତ ଅନ୍ୟ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଠାରୁ ରାଜଭବନ ଉଦ୍ୟାନ ଖୋଲାଯାଇଛି। ଆଜି ପ୍ରଥମ ଦିନରେ  ପ୍ରାୟ ୨ ହଜାରରୁ ଅଧିକ ଲୋକ ରାଜଭବନ ଉଦ୍ୟାନ ପରିଦର୍ଶନ କରିଥିବା ସୂଚନା ମିଳିଛି। ଏହି ଉଦ୍ୟାନ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଲୋକେ ରାଜଭବନ ଉଦ୍ୟାନରେ ବୁଲି ବିଭିନ୍ନ ରକମର ଫୁଲ ଦେଖିବାର ଭରପୁର ଆନନ୍ଦ ଉଠାଇପାରିବେ।

Leave A Reply

Your email address will not be published.