Latest Odisha News

BREAKING NEWS

ଗଣେଶ ପୂଜା ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ: ହାଇକୋର୍ଟ

କଟକ: ଆଉ ଦିନକ ପରେ ଗଣେଶ ଚତୁର୍ଥୀ । ତେବେ ଚଳିତ ବର୍ଷ ମଣ୍ଡପରେ ଗଜାନନ ପୂଜା ପାଇବେ କି ନାହିଁ ଏବଂ ଭକ୍ତମାନେ ଗଣେଶଙ୍କୁ ମଣ୍ଡପରେ ଦେଖି ପାରିବେ ନା ନାହିଁ ସେ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ । ତେବେ ଏହାରି ଭିତରେ ସ୍ଥାନୀୟ ପ୍ରଶାସନଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି ହାଇକୋର୍ଟ । ଗଣେଶ ପୂଜା ପାଇଁ ଅନୁମତି ପାଇବାକୁ ହେଲେ ସମ୍ପୃକ୍ତ ସ୍ଥାନୀୟ ପ୍ରଶାସନଙ୍କ ପାଖକୁ ଯିବାକୁ ଆବେଦନକାରୀଙ୍କୁ ହାଇକୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କରୋନା ମହାମାରୀକୁ ଆଖି ଆଗରେ ରଖି ଟୁଇନ୍ ସିଟିରେ ମଣ୍ଡପରେ ଗଣେଶ ପୂଜା ଉପରେ ରୋକ ଲଗାଇଥିଲେ କମିଶନରେଟ୍ ପୋଲିସ । ଏହାକୁ ଚ୍ୟାଲେଂଜ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ଆଜି ହାଇକୋର୍ଟ ସ୍ଥାନୀୟ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡିଛନ୍ତି ।

ହାଇକୋର୍ଟ କହିଛନ୍ତି, ସ୍ଥାନୀୟ ଅଂଚଳରେ କରୋନା ପରିସ୍ଥିତି ଦେଖି ପ୍ରଶାସନ ଅଧିକାରୀ ନିଷ୍ପତ୍ତି ନେବେ । ସେ ଚାହିଁଲେ ପୂଜା ପାଇଁ ଅନୁମତି ଦେଇପାରିବେ । ଯଦି ପୂଜା ପାଇଁ ପରିସ୍ଥିତି ଠିକ୍ ନଥିବ ତେବେ ସେ ଅନୁମତି ଦେବେ ନାହିଁ ।

Leave A Reply

Your email address will not be published.