Latest Odisha News

BREAKING NEWS

ପୁତିନଙ୍କୁ ବିରୋଧ କରୁଥିବା ନେତା ନାଭାଲିନୀଙ୍କୁ ବିଷ ଦିଆଯାଇଥିବା ସନ୍ଦେହ, ଅବସ୍ଥା ଗୁରୁତର

ମସ୍କୋ: ରୁଷିଆରେ ଗୁରୁବାର ରାଜନୈତିକ ଝଡ ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନୀତିକୁ ତୀବ୍ର ବିରୋଧ କରୁଥିବା ନେତା ଆଲେକ୍ସଲ ନାଭାଲିନୀଙ୍କୁ ବିଷ ଦିଆଯାଇଥିବା ସନ୍ଦେହ କରାଯାଉଛି । ଏ ନେଇ ଅବଶ୍ୟ ବିଧିବଦ୍ଧ ଭାବେ କୌଣସି ମନ୍ତବ୍ୟ ଦିଆ ଯାଇ ନାହିଁ । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ୪୪ ବର୍ଷୀୟ ନାଭାଲିନୀ ସାଇବେରିୟାରୁ ମସ୍କୋ ଆସୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ବିମାନକୁ ଏମେରଜେନ୍ସି ଲ୍ୟାଣ୍ଡିଂ କରାଯାଇ ଓମାସ୍କା ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

BjdElectrycity

ବିମାନ ବସିବା ପୂର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ସେ କେବଳ ଚା ପିଇଥିବା ତାଙ୍କ ପ୍ରେସ ସେକ୍ରେଟେରୀ କିରା ୟାର୍ମିଶ କହିଛନ୍ତି । ଚା ରେ ବିଷ ମିଶାଇ ଦିଆଯାଇଥିବା ସେ ସନ୍ଦେହ ବ୍ୟକ୍ତ କରିଛନ୍ତି । ପୂର୍ବରୁ ତାଙ୍କୁ ବିଷ ଦିଆଯିବା ପାଇଁ ଉଦ୍ୟମ କରା ଯାଇଥିଲା । ସେ ପୁତିନଙ୍କ ବିରୋଧରେ ଖୋଲାଖୋଲି ଭାବେ ମତ ରଖୁଥିଲେ । ଏପରି କି ପୁତିନଙ୍କ କେତେକ ଭ୍ରଷ୍ଟାଚାର ସେ ପଦାରେ ପକାଇଥିଲେ ।

Leave A Reply

Your email address will not be published.