Latest Odisha News

BREAKING NEWS

ରିଲିଜ ହେବନି ଆନିମେଟେଡ୍‌ ଫିଲ୍ମ: ‘ମହାପ୍ରଭୁ ଜଗନ୍ନାଥ’ ଉପରେ ହାଇକୋର୍ଟଙ୍କ କଟକଣା

କଟକ: ଆନିମେଟେଡ୍ ଫିଲ୍ମ ଉପରେ ଲାଗିଲା ଅଙ୍କୁଶ। ବିବାଦୀୟ ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଏବେ ରିଲିଜ୍ ହୋଇପାରିବ ନାହିଁ। ଆସନ୍ତା ୧୭ ତାରିଖରେ ଏହି ଫିଲ୍ମ ରିଲିଜ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ବେଳେ ହାଇକୋର୍ଟ ଏହା ଉପରେ କଟକଣା ଲଗାଇଛନ୍ତି। ଅଦାଲତଙ୍କ ଅନୁମତି ବିନା ଏହି ଫିଲ୍ମ ପ୍ରଦର୍ଶନ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସ୍ପଷ୍ଟ କରିଛନ୍ତି । ମାମଲାର ଶୁଣାଣି ଆସନ୍ତା ଅଗଷ୍ଟ ୫ ତାରିଖକୁ ଧାର୍ଯ୍ୟ ହୋଇଛି।

ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସଦସ୍ୟ ମହେଶ ସାହୁ, ଡକ୍ଟର ପ୍ରମୋଦ ଆଚାର୍ଯ୍ୟ, ଉମାଶଙ୍କର ଆଚାର୍ଯ୍ୟ ଓ ଶାଶ୍ୱତ ସାହୁଙ୍କ ପକ୍ଷରୁ ପୃଥକ ଭାବେ ରୁଜୁ ଦୁଇଟି ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ବିଚାରପତି ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର, ଆଇନଜୀବୀ ସମ୍ବିତ୍ ପତ୍ରୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡେପୁଟି ସଲିସିଟର୍ ଜେନେରାଲ ପ୍ରସନ୍ନ କୁମାର ପାଢ଼ୀ ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.