Latest Odisha News

BREAKING NEWS

ବଡ଼ମ୍ବା ସମବାୟ ଚିନି କଳ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ବଡ଼ମ୍ବା ଚିନି କଳ ସମ୍ପର୍କରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁୂଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଆୟୋଜିତ ଉକ୍ତ ବୈଠକରେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ସମବାୟ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢା, ସମବାୟ ନିବନ୍ଧକ ଉଦ୍ଧବ ଚରଣ ମାଝୀ , କଟକ ଜିଲ୍ଲାପରିଷଦ ସି.ଇ.ଓ ଅମ୍ବର କୁମାର କର, ସମବାୟ ବିଭାଗ ଅର୍ଥ ପରାମର୍ଶଦାତା, ବଡମ୍ବା ତହସିଲ୍‌ଦାର ଏବଂ ୟୁନିୟନ ବ୍ୟାଙ୍କ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ବୈଠକ ବିବରଣୀରୁ ପ୍ରକାଶ ଯେ ଗତ ୬.୪.୧୯୮୯ ମସିହାରେ ଦୈନିକ ୧୨୫୦ ଟନ ପେଷିବା କ୍ଷମତା ଥାଇ ପ୍ରତିଷ୍ଠା ହୋଇ ଥିବା ଏହି କଳ ୧୭.୦୧.୧୯୯୦ ମସିହାରେ ଉତ୍ପାଦନ ଆରମ୍ଭ ହୋଇଥିଲା । ତେବେ ବିଭିନ୍ନ କାରଣ ଓ ସମସ୍ୟା ଯୋଗୁଁ ଦୀର୍ଘ ଦିନ ଧରି ଏହା ଅଚଳ ହୋଇ ପଡିଛି । ସେହି ସବୁ କାରଣ ଓ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଥିଲା । ତେବେ ଖୁବ୍ ଶୀଘ୍ର ଏ ନେଇ ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.