Latest Odisha News

BREAKING NEWS

[ଭିଡିଓ]ହିଜାବ ବିବାଦ: ହାଇକୋର୍ଟର ରାୟ ଶୁଣି ମୁସଲମାନ ଛାତ୍ରୀ ପରୀକ୍ଷା ଅଧାରୁ ଛାଡି ପଳେଇଲେ

ଭୁବନେଶ୍ୱରର: ହିଜାବକୁ ନେଇ ଥମୁନି ବିବାଦ । ସ୍କୁଲ ଭିତରେ ହିଜାବ ପିନ୍ଧିବାକୁ ନେଇ ଛାତ୍ରୀମାନେ ଆବେଦନ କରିଥିଲେ । ହେଲେ ଏହି ଆବେଦନକୁ ଆଜି କର୍ଣ୍ଣାଟକର ହାଇକୋର୍ଟ ଖାରଜ କରି ଦେଇଛନ୍ତି । ହିଜାବ ମୁସଲିମ ଧର୍ମର ଏକ ପ୍ରମୁଖ ଅଂଶ ନୁହେଁ ବୋଲି କହିଛନ୍ତି । ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଆସିବା ପରେ ପୁଣି ଛାତ୍ରୀମାନେ ବିରୋଧ କରିଛନ୍ତି । କିଛି ମୁସଲମାନ ଛାତ୍ରୀ ପରୀକ୍ଷା ଅଧାରୁ ଛାଡି ପଳେଇଛନ୍ତି । ଏଭି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁର ସୁରପୁରା ତାଲୁକା କେଏମବିବି ସରକାରୀ ୟୁପି କଲେଜରେ ।

ହିଜାବକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟକୁ ପିନ୍ସପାଲ ଛାତ୍ରୀମାନଙ୍କୁ କହିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ମନା କରିଛନ୍ତି ଛାତ୍ରୀମାନେ । ସେମାନେ ବିରୋଧ ସ୍ୱରୁପ ପରୀକ୍ଷା ଛାଡି ଅଧାରୁ ଉଠି ପଳାଇ ଆସିଛନ୍ତି ।

ଖବର ଅନୁସାରେ, ସୁରପୁରା ତାଲୁକା କେଏମବିବି ସରକାରୀ ୟୁପି କଲେଜରେ ପରୀକ୍ଷା ଚାଲିଥିଲା । କର୍ଣ୍ଣାଟକ ହାଇକୋର୍ଟର ନିର୍ଦ୍ଦେଶ ଶୁଣିବା ପରେ କିଛି ଛାତ୍ରୀ ଏହାକୁ ବିରୋଧ କରି ସ୍କୁଲ ପରିତ୍ୟାଗ କରିଥିଲେ । ଛାତ୍ରୀମାନଙ୍କର ଜିଦଥିଳା ଆମେ ହିଜାବ ପିନ୍ଧି ପରୀକ୍ଷା ଦେବୁ । ଯଦି ସେମାନେ ଆମକୁ ହିଜାବ ହିଜାବ ହଟାଇବାକୁ କହୁଛନ୍ତି ତେବେ ଆମେ ପରୀକ୍ଷା ଦେବୁ ନାହିଁ ।

Comments are closed, but trackbacks and pingbacks are open.