Latest Odisha News

BREAKING NEWS

ମହିଳା ଥାନାରେ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ପ୍ରଥମ ସ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ମହିଳା ଥାନାରେ ହାଜର ହୋଇଛନ୍ତି ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ପ୍ରଥମ ସ୍ତ୍ରୀ ।  ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଡକାଇଥିଲା ପୋଲିସ । ଏବେ ତାଙ୍କ ପ୍ରଥମ ସ୍ତ୍ରୀ ଭୁବନେଶ୍ୱର ସ୍ଥିତ ମହିଳା ଥାନାରେ ହାଜର ହୋଇଛନ୍ତି । ରମେଶ କିପରି ପ୍ରଥମ ବିବାହ ପରେ ଅନ୍ୟ ୧୭ ଜଣଙ୍କୁ ବାହା ହେଲେ ତାକୁ ନେଇ ପଚରାଉଚରା ଚାଲିଛି ।

୧୮ ସ୍ତ୍ରୀର ସ୍ବାମୀ ପଛରେ ରହିଛି କାହା ହାତ, ତାର ଖୋଳତାଡ କରୁଛି ପୋଲିସ । ପୁରା ଘଟଣାର ସତ ପଦାକୁ ଆଣିବା ପାଇଁ ଆସନ୍ତା ବୁଧବାର ରମେଶର ପଲିଗ୍ରାଫ ଟେଷ୍ଟ କରିବ ପୋଲିସ । ୧୮ ସ୍ତ୍ରୀ ଅଛନ୍ତି ନା ଆଉ କେତେଜଣ ଅଛନ୍ତି । ସେନେଇ ଖୋଲତାଡ କରୁଛି ପୋଲିସ ।

ନକଲି ଡାକ୍ତରର ପରିଚୟ ଦେଇ ୧୮ଜଣ ମହିଳାଙ୍କୁ ବିବାହ କରିଥିଲେ ରମେଶ । ଛତିଶଗଡ଼, ଆସାମ, ଓଡ଼ିଶାରୁ ଆଉ ୩ ପତ୍ନୀଙ୍କର ସନ୍ଧାନ ମିଳିଛି । ସେହିପରି ଗୌହାଟିର ଜଣେ ମହିଳା ଡାକ୍ତର, ଛତିଶଗଡ଼ର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଓଡ଼ିଶାରେ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ସୂଚନା ମିଳିଛି ।

କେବଳ ସ୍ତ୍ରୀଙ୍କୁ ନୁହେଁ ଚାକିରି କରାଇଦେବା ନାଁରେ ସେ ବହୁ ଲୋକଙ୍କୁ ବି ଠକିଛନ୍ତି । ଖାଲି ମହିଳାଙ୍କୁ ନୁହେଁ ଅନେକ ଛାତ୍ରଙ୍କୁ MBBSରେ ସିଟ୍ ଦେବେ କହି ବି ସେ ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା।

Comments are closed, but trackbacks and pingbacks are open.