Latest Odisha News

ମୈତ୍ରେୟୀ ଲେଖିକା ସଙ୍ଗଠନର ତୃତୀୟ ମାସିକ ସାହିତ୍ୟ ଆସର

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନର ଚଳିତ ବର୍ଷର ତୃତୀୟ ମାସିକ ସାହିତ୍ୟ ଆସର ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ଉର୍ମିଳା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ବୃତ୍ତି ଓ ବ୍ରତରେ ନାରୀ ବିଷୟରେ ନିଜର ମତାମତ ରଖିଥିଲେ

ଏହି ଆସରରେ ମୌସୁମୀ ଦାସ, ଶର୍ମିଷ୍ଠା ସାହୁ, କମିଲା, ଜୟଶ୍ରୀ ପଟ୍ଟନାୟକ, ପ୍ରଭାତୀ ମଞ୍ଜରୀ ବେହେରା, ନମିତା ପାଇକରାୟ ଓ ସଂଘମିତ୍ରା ସେଣ୍ ପ୍ରମୁଖ ସ୍ୱରଚିତ ପ୍ରବନ୍ଧ, କବିତା ଓ ଗଳ୍ପ ପାଠ କରିଥିଲେ ଏବଂ ବିଜନବାଳା ପାଟ୍ଟଯୋଶୀ ସେସବୁର ସମୀକ୍ଷା କରିଥିଲେ । ଏହା ସହ ପୁସ୍ତକ ସମୀକ୍ଷା ପର୍ବରେ ଆମେରିକା ଫିଲାଡେଲଫିଆରେ ବାସ କରୁଥିବା ଚନ୍ଦ୍ରା ମିଶ୍ରଙ୍କର ସଦ୍ୟ ପ୍ରକାଶିତ ‘ଝିଅଟିଏ ପଥୁରିଆ ସାହିରୁ” ପୁସ୍ତକକୁ ଗାୟତ୍ରୀ ଦାସ, ସୌମ୍ୟା ଶୁଭଦର୍ଶିନୀ ଏବଂ ଲକ୍ଷ୍ମୀ ଚାନ୍ଦ ମିଳିତ ଭାବରେ ସମୀକ୍ଷା କରିଥିଲେ ।

ଲୋପାମୁଦ୍ରା ପରିଡାଙ୍କର ପ୍ରାରମ୍ଭ ସଂଗୀତରେ ଆରମ୍ଭ ହୋଇଥିବା ଏହି ଆସରରେ ବିଜୟା ପାଣିଗ୍ରାହୀଙ୍କ ଉପସ୍ଥାପନା ଓ ସସ୍ମିତା ମହାନ୍ତିଙ୍କର ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋପାମୁଦ୍ରା ପରିଡାଙ୍କର ପ୍ରାରମ୍ଭ ସଂଗୀତ ପରିବେଷଣ କରିଥିଲେ ଏବଂ ଶ୍ବେତପଦ୍ମା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.