Latest Odisha News

ହିମାଚଳ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ହିମାଚଳ ପ୍ରଦେଶ: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । କରୋନା ପଜିଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ସେ ଘରୋଇ ସଙ୍ଗରୋଧରେ ରହିଥିବା ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ତେବେ କୋଭିଡ ପଜିତିଭଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଗତ ୧ ସପ୍ତାହ ହେବ ସଙ୍ଗରୋଧରେ ରହି ଆସୁଥିଲେ ।

ମୁଖ୍ୟମନ୍ତ୍ରୀ ଜୟରାମ ଟ୍ୱିଟ କରି ଲେଖିଛନ୍ତି ଯ, “ଗତ କିଛିଦିନ ପୂର୍ବରୁ ମୁଁ ଜଣେ କୋଭିଡ ପଜିଟିଭ ସଂସ୍ପର୍ଶରେ ଆସିବା ପରେ ଘରୋଇ ସଙ୍ଗରୋଧରେ ରହି ଆସୁଥିଲି। ଗତ ୨ ଦିନ ହେବ କରୋନାର କିଛି ଲକ୍ଷଣ ଦେଖାଯିବା ପରେ କୋଭିଡ ପରୀକ୍ଷା କରାଇଥିଲି , ଯାହା ପଜିଟିଭ ଆସିଛି । ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ବର୍ତ୍ତମାନ ମୋ ସରକାରୀ ଆବସରେ ସଙ୍ଗରୋଧ ରେ ରହିଛି”।

Leave A Reply

Your email address will not be published.