Latest Odisha News

BREAKING NEWS

ମୁମ୍ବାଇରୁ ଉତ୍ତରପ୍ରଦେଶ ସ୍ଥାନାନ୍ତରିତ ହେବ ଫିଲ୍ମ ସିଟି!!

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ ମୁମ୍ବାଇରୁ ଉତ୍ତରପ୍ରଦେଶକୁ ସ୍ଥାନାନ୍ତର କରିବା ନେଇ ମହାରାଷ୍ଟ୍ରରେ ରାଜନୀତି ଆରମ୍ଭ ହୋଇଯାଇଛି ।

ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ ବଦନାମ ତଥା ବଦଳାଇବାକୁ ଚେଷ୍ଟା କରାଯାଉଛି ଏବଂ ଏହାକୁ ବରଦାସ୍ତ କରାଯିବ ନାହିଁ।

ପ୍ରଥମ ଥର ପାଇଁ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଚାଲିଥିବା ଯାଞ୍ଚ ଉପରେ  ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଛନ୍ତି ।

ଆଜି ଏନସିପିର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ନବାବ ମଲିକ ମଧ୍ୟ ଏହି ଗୁଜବକୁ ଜବାବ ଦେଇ କହିଛନ୍ତି, “ବଲିଉଡକୁ ବଦନାମ କରିବା ଏବଂ ଏହାକୁ ମୁମ୍ବାଇରୁ ଉତ୍ତରପ୍ରଦେଶକୁ ସ୍ଥାନାନ୍ତର କରିବା ପାଇଁ ଅନେକ ଚେଷ୍ଟା କରାଯାଉଛି। ଆମେ କଦାପି ଏହି ଅନୁମତି ଦେବୁ ନାହିଁ।”

ଗତ ମାସରେ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ଭାରତର ବୃହତ୍ତମ ଏକ ମେଗା ଚଳଚ୍ଚିତ୍ର ସହର ପ୍ରତିଷ୍ଠା କରିବାର ଏକ ଯୋଜନା ଉନ୍ମୋଚନ କରିଥିଲେ।

ଆଶ୍ଚର୍ଯ୍ୟର କଥା ହେଉଛି ସରକାରଙ୍କୁ ବିରୋଧ କରି ସ୍ୱର ଉତ୍ତୋଳନ କରୁଥିବା ଏମଏନଏସ ବର୍ତ୍ତମାନ ଏହି ପରିପେକ୍ଷୀ ରେ ଉଦ୍ଧବ ସରକାରକୁ ସମର୍ଥନ କରୁଛି ।

ସେପଟେ ବିଜେପି ସିଧାସଳଖ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରକୁ ଆକ୍ରମଣ କରିଛି । ମହାରାଷ୍ଟ୍ର ବିଜେପି ନେତା ଅମରଜିତ ମିଶ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜ ଘରରୁ ବାହାରି ବାସ୍ତବତା ବୁଝିବା ଆବଶ୍ୟକ ।

ସେ କହିଛନ୍ତି, “ପୂର୍ବ ସରକାର ୨୦୫୦ କୋଟି ଟଙ୍କା ଅନୁଦାନରେ ୫୨୧ ଏକର ଫିଲ୍ମ ସିଟିକୁ ଆହୁରି ବିକଶିତ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମହାରାଷ୍ଟ୍ରରେ MVA ସରକାର କ୍ଷମତାକୁ ଆସିବା ପରେ କିଛି ଘଟିନାହିଁ। ଯଦି କିଛି କରା ନ ଯାଏ ତେବେ ଏହି ଶିଳ୍ପକୁ  ଅନ୍ୟତ୍ର ବଦଳି କରିଦିଆଯିବ।”

Leave A Reply

Your email address will not be published.