Latest Odisha News

BREAKING NEWS

ହିନ୍ଦୀ ଜାତୀୟ ଭାଷା ନୁହେଁ କି ସଂଯୋଗୀକରଣ ଭାଷା ମଧ୍ୟ ନୁହେଁ: ସିଦ୍ଧାରମେୟା

ଆମେ ଅନ୍ୟ ଭାଷା ଶିଖିବାରେ ସମସ୍ୟା ନାହିଁ । କିନ୍ତୁ ସଂଘୀୟ ଢ଼ାଞ୍ଚାରେ କୌଣସି ଭାଷାର ବାଧ୍ୟତାମୂଳକ ବ୍ୟବହାର ଅଗ୍ରାହ୍ୟ

ବେଙ୍ଗାଲୁରୁ: ହିନ୍ଦୀକୁ ଇଂରାଜୀର ବିକଳ୍ପ ଭାଷା ରୂପେ ବ୍ୟବହାର କରାଯାଉ । ଗୃହମନ୍ତ୍ରୀ ଅମିତ ଶାହା ଏହି ମନ୍ତବ୍ୟ ଦେବା ପରେ ଚାରିଆଡ଼ୁ ତୀବ୍ର ପ୍ରତିକ୍ରିୟା ଶୁଣିବାକୁ ମିଳିଛି । ଦେଶ ସାରାରୁ ବିରୋଧୀ ସମାଲୋଚନା ତ କରିଛନ୍ତି । ଭାଷାବିତ୍ ମାନେ ମଧ୍ୟ କଟୁ ସମାଲୋଚନା କରିଛନ୍ତି ।

ସେପଟେ ଆଜି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଆଜି ଶାହାଙ୍କୁ ସମାଲୋଚନାରୁ ଛାଡ଼ି ନାହାନ୍ତି । ସେ କହିଛନ୍ତି ସଂଘୀୟ ଢ଼ାଞ୍ଚାରେ କେହି ବି କୌଣସି ଭାଷାକୁ ପ୍ରଚଳନ କରିବା ପାଇଁ ବାଧ୍ୟ କରିପାରିବେନି ।

ଏହା ବ୍ୟତୀତ, ହିନ୍ଦୀ କୌଣସି ପ୍ରକାର ସଂଯୋଗୀକରଣ ଭାଷା ବି ନୁହେଁ । ହିନ୍ଦୀ ଜାତୀୟ ଭାଷା ମଧ୍ୟ ନୁହେଁ । ଆମର ଅନ୍ୟ କୌଣସି ଭାଷା ଶିଖିବାରେ ସମସ୍ୟା ନାହିଁ । ହେଲେ ହିନ୍ଦୀ ଭାଷାର ପ୍ରଚଳନ ବାଧ୍ୟତାମୂଳକକୁ କୌଣସି ପ୍ରକାରେ ଗ୍ରହଣ କରାଯାଇପାରିବନି ।

Leave A Reply

Your email address will not be published.